ଗଜପତି ଆଜି ପୁଣି ୭୨ ପଜିଟିଭ୍ ଚିହ୍ନଟ,ସଂଖ୍ୟା୧୨୧୬ରେ ପହଞ୍ଚିଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତିରେ କରୋନା ସଂକ୍ରମଣ ବଢି ଚାଲିଛି । ବର୍ତ୍ତମାନ ଗଜପତି ଜିଲ୍ଲା କରୋନା ସ୍ଥିତି ଅସମ୍ଭାଳ ହେବାକୁ ଯାଉଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ପୁଣି ୭୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୭୨ ଜଣକୁ ମିଶାଇ ସଂଖ୍ୟା ୧୨୧୬ରେ ପହଞ୍ଚିଛି । ଆଜିର ଏହି ୭୨ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରାଞ୍ଚଳର ୪୫ଜଣ,ଗୁମ୍ମା ବ୍ଲକର ୧୫ଜଣ,ଗୋଷାଣୀ ବ୍ଲକର ୫ଜଣ,ରାୟଗଡା ବ୍ଲକର ୩ଜଣ, ଆର.ଉଦୟଗିରି ବ୍ଲକର ୧ଜଣ ଓ କାଶୀନଗର ବ୍ଲକର ୩ଜଣ ବୋଲି ଜଣାପଡିଛି । ଏମାନଙ୍କ ମଧ୍ୟରେ ୨ଜଣ କରୋନା ଯୋଦ୍ଧା,ସ୍ୱାସ୍ଥ୍ୟକର୍ମୀଙ୍କ ଯାଞ୍ଚ ବେଳେ ୪୫ଜଣ,ପୁର୍ବ ସଂକ୍ରମିତଙ୍କ ସଂସ୍ପର୍ଷରେ ୨୪ଜଣ,ଜିଲ୍ଲା ବାହାରେ ଜଣେ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଜିଲ୍ଲାପାଳ ଅନୁପମ ସାହା ସୁଚନା ଦେଇଛନ୍ତି । ଏହି ୭୨ଜଣଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏ ନେଇ ଗଜପତି ଜିଲ୍ଲାପାଳ ଅନୁପମ ସାହା ସମଗ୍ର ଜିଲ୍ଲାବାସୀ ସଚେତନ ହୋଇ ସାମାଜିକ ଦୁରତା ସହ କୋଭିଡ୍ ନିୟମ ମାନନ୍ତୁ । ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଘରେ ସୁରକ୍ଷିତ ରୁହନ୍ତୁ ଏବଂ କରୋନା ଜନିତ ଯେ କୌଣସି ଖବର ଥିଲେ ପ୍ରଶାସନକୁ ସୁଚନା ଦିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ।


