ଇନ୍ଦନପୁର ଠାରେ ଅଙ୍ଗନବାଡି ଗୃହ ଉଦଘାଟନ କଲେ ବିଧାୟକ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ବ୍ଲକ ଖଇରପୁଟି ପଂଚାୟତ ଇନ୍ଦନପୁର ଠାରେ ନୂତନ ଅଙ୍ଗନବାଡି କେନ୍ଦ୍ର କୁ ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ମୁଖ୍ୟଅତିଥି ରୂପେ ଯୋଗଦେଇ ଉଦଘାଟନ କରିଛନ୍ତି l ଆଜିର ଉଦଘାଟନ କାର୍ଯ୍ୟକ୍ରମ କୁ ବ୍ଲକ ଅଧକ୍ଷ ପ୍ରଶାନ୍ତ କୁମାର ନାୟକ ଅଧକ୍ଷତା କରି ପରିଚାଳନା କରିଥିଲେ l ଅନ୍ୟତମ ଅତିଥି ରୂପେ ବ୍ଲକ ସୁପ୍ରଭାଇଜର ଝୁନୁଲତା ସ୍ୱାଇଁ, ଗୋବରା ସମିତି ସଭ୍ୟ ବିଭୁପାଦ ଜେନା, ପୂର୍ବତନ ସରପଞ୍ଚ ସିମାଞ୍ଚଳ ବିଷୋୟୀ, ରାଜେନ୍ଦ୍ର ଗୌଡ଼, ପୂର୍ବତନ ସରପଞ୍ଚ ପ୍ରତିନିଧି ଦିଲ୍ଲୀପ ଜେନା, ପୂର୍ବତନ ସମିତି ସଭ୍ୟ ପ୍ରଭାତ କୁମାର ସ୍ୱାଇଁ,ବାଇଚାନ୍ଦ ସ୍ୱାଇଁ,ସମାଜସେବୀ ପଞ୍ଚାନନ ନାୟକ, ସୁରେନ୍ଦ୍ର ଦାସ, ସୁଶାନ୍ତ ଗୌଡ଼, ଅଶୋକ ପରିଡ଼ା ଯୋଗଦେଇଥିଲେ l


