ଆକାଂକ୍ଷା”ମହିଳା ସଙ୍ଗଠନ “ପ୍ରକୃତି ମିତ୍ର” ପୁରସ୍କାର ପାଇଲା

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ”ଆକାଂକ୍ଷା”କୁ ବୃକ୍ଷ ରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଇତ୍ୟାଦିରେ ବିଶେଷ ସକ୍ରିୟତା ଯୋଗୁଁ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ରମଣ୍ଡପରେ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ଆୟୋଜିତ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ ସଭାରେ ମୁଖ୍ୟ ଅତିଥି ଶ୍ରୀମତୀ ମୋନା ଶର୍ମା, ଅତିରିକ୍ତ ଶାସନ ସଚିବଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଉକ୍ତ ସଭାରେ ସମ୍ମାନିତ ଅତିଥି ରୂପେ ଚିଲିକା ଉନ୍ନୟନ ଅଧିକାରୀ ଶ୍ରୀ ରତିକାନ୍ତ ଜେନା, ପ୍ରୋଗ୍ରାମ କର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଭୁବନେଶ୍ୱର ଜେନା ମଞ୍ଚାସୀନ ଥିଲେ । ଆକାଂକ୍ଷା ମହିଳା ସଙ୍ଗଠନର ସମ୍ପାଦିକା ଶ୍ରୀମତୀ ମୀନା କୁମାରୀ ଟହଲ, ଉପଦେଷ୍ଟା ଡ଼ଃ କଲ୍ୟାଣୀ ମିଶ୍ର, ସଦସ୍ୟା ଶ୍ରୀମତୀ ଅଳକା ସାହୁଙ୍କ ସହ ପୁରସ୍କାର ଗ୍ରହଣ କରିଥିଲେ । ଏଥି ନିମନ୍ତେ ସଙ୍ଗଠନର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ, ଉପଦେଷ୍ଟା ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ପାଠୀ, କୋଷାଧ୍ୟକ୍ଷା ଶ୍ରୀମତୀ ସରିତା ପାଣିଗ୍ରାହୀ ସଙ୍ଗଠନର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସଙ୍ଗଠନର ଏହି ସଫଳତା ପାଇଁ  ଶୁଭେଚ୍ଛା ଜଣାଇଛନ୍ତି ବିଶିଷ୍ଟ ବୁଦ୍ଧିଜୀବୀ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଶ୍ରୀ ହରିମୋହନ ପଟ୍ଟନାୟକ, ଶ୍ରୀ ବିନୋଦଚନ୍ଦ୍ର ଜେନା, ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା, ଶ୍ରୀ ଗୋପାଳଚନ୍ଦ୍ର ଶତପଥୀ, ଶ୍ରୀ ଭାଗବତ ପାଢୀ, ଶ୍ରୀ ମୁରଲୀଧର ପରିଚ୍ଛା, ଶରତ ସାହୁ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ