ଗଞ୍ଜାମ ଜିଲ୍ଲା ରେ ଥିବା କେ.ଏମ.ପି ସ୍ପୋର୍ଟସ ଏକାଡେମୀର ରୁଦ୍ର ନାରାୟଣ ବେହେରା ଓଡ଼ିଶାରୁ ପ୍ରଥମ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଗତ ମାର୍ଚ୍ଚ ମାସ ୧୬ ଓ ୧୭ ,୨୦୨୨ ତାରିଖରେ ବାଙ୍ଗାଲୋର ସ୍ଥିତ ସସ୍ପୋର୍ଟସ ଆଉଥୋରିଟୀ ଅଫ ଇଣ୍ଡିଆ, ର ନେସନାଲ ସେଣ୍ଟର୍ ଅଫ ଏକ୍ସଲେନ୍ସ , ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ଟାଇକୋଣ୍ଡୋ ଭାରତ ଦଳ ପାଇଁ ସେଲେକ୍ସନ୍ ଟ୍ରାଇଲ୍ ହୋଇଥିଲା । ସେଥିରେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ରେ ଥିବା କେ.ଏମ.ପି ସ୍ପୋର୍ଟସ ଏକାଡେମୀର ରୁଦ୍ର ନାରାୟଣ ବେହେରା ଓଡ଼ିଶାରୁ ପ୍ରଥମ ଖେଳାଳୀ ଭାବେ ଅଂଶ ଗ୍ରହଣ କରିଥିଲେ। ସେଥିରେ ଭଲ ପ୍ରଦର୍ଶନ କରିଥିବା ଯୋଗୁ ଜାତୀୟ ଦଳ କୁ ଚୟନ ହୋଇଛନ୍ତି । ଛତ୍ରପୁର ବ୍ଲକର ସୀଙ୍ଗିପୁର ଗ୍ରାମର ରାଜେନ୍ଦ୍ର କୁମାର ବେହେରା ଓ ମମତା ବେହେରା ଙ୍କ ପୁତ୍ର ରୁଦ୍ର ନାରୟଣ ବେହେରା ପିଲା ବେଳରୁ କେ.ଏମ.ପି ସ୍ପୋର୍ଟସ ଏକାଡେମୀରେ ଯୋଡ଼ିହୋଇ ଟାଇକୋଣ୍ଡୋ ଭଳି ଖେଳକୁ କୋଚ୍ କେ ମନୋଜ ପ୍ରଧାନଙ୍କ ନିକଟ ରେ ଶିକ୍ଷା ନେଉଛନ୍ତି। ସେ ଆସନ୍ତା ୬ ତାରିଖରେ ରେ ବାଙ୍ଗାଲୋର ସ୍ଥିତ ସସ୍ପୋର୍ଟସ ଆଉଥୋରିଟୀ ଅଫ ଇଣ୍ଡିଆ, ର ନେସନାଲ ସେଣ୍ଟର୍ ଅଫ ଏକ୍ସଲେନ୍ସ ରେ ଯାଇ ଏକବର୍ଷ ପର୍ଯ୍ୟନ୍ତ ତାଲିମ ପ୍ରାପ୍ତ ହେବେ । ଓଡ଼ିଶା ଟାଇକୋଣ୍ଡୋ ଆସୋସିଏସନ୍‌ ର ସମ୍ପାଦକ ମନମହୋନ ଭଞ୍ଜ ଶୁଭେଛା ଜଣାଇବା ଜିଲ୍ଲାର ସଭାପତି ଶ୍ରୀକାନ୍ତ ମହାନ୍ତି ଓ ଡା ଅନିତା ମିଶ୍ର, ସିଏଚ୍‌. ପ୍ରସାଦ ନାୟକ , ଇ. ଲଳିତ କୁମାର , ବାସୁ ନାୟକ, ଅମ୍ବିକା ପ୍ରସାଦ ଦାସ, ଯନୋଜ କୁମାର ମହାରଣା, ଲଷ୍ମୀ ନାରାୟଣ ,ଶୁଭେଚ୍ଛା ଦେବା ସହ ବିଭିନ୍ନ ଜିଲ୍ଲା ଏବଂ ରାଜ୍ୟ ସ୍ତରରୁ ଶୁଭେଚ୍ଛା ସହ ସଫଳତା କାମନା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ