ମରୈଗାଁ-ବଳିପୁର ଓ ଆନନ୍ଦପୁର ଲେପ୍ଟ କେନାଲ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଲେ ବିଧାୟକ

ହାଟଡ଼ିହି, : କେନ୍ଦୁଝର ଜିଲ୍ଲାର ଜଳସମ୍ପଦ ବିଭାଗ ଅଧିନରେ ଥିବା ମରୈଗାଁ-ବଳିପୁର ନଦୀବନ୍ଧ ରାସ୍ତା ଓ ଆନନ୍ଦପୁର ଲେପ୍ଟ କେନାଲ କାର୍ଯ୍ୟକୁ ନେଇ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି । ବିଧାୟକ ଶ୍ରୀଯୁକ୍ତ ସେଠୀ ମରୈଗାଁ ବଳିପୁରର ୧୯କିଲୋମିଟର ନଦୀବନ୍ଧ ରାସ୍ତା ନିର୍ମାଣ ଲାଗି ୧୬କୋଟିରୁ ଉର୍ଦ୍ଧ ଟଙ୍କା ଯୋଗାଇ ଦିଆଯାଇଥିବାବେଳେ ଠିକାଦାର ନିମ୍ନମାନର ରାସ୍ତା କାମ କରିବାରୁ ତାହା ଦିନ କେଇଟା ମଧ୍ୟରେ ସମ୍ପୁର୍ଣ୍ଣ ନଷ୍ଟ ହୋଇଯିବା ସହିତ ବିରାଟ ବିରାଟ ଖାଲଖମା ମାନ ସୃଷ୍ଟି ହୋଇ ୧୦ଟି ପଞ୍ଚାୟତର ଲୋକମାନେ ଯାତାୟତରେ ନାହିଁଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ଜିଲ୍ଲାପରିଷଦ ସଦସ୍ୟା ଜିଲ୍ଲାପରିଷଦ ବୈଠକରେ ଅଭିଯୋଗ କଲାପରେ ଜିଲ୍ଲାପାଳ ଏକ କମିଟି କରି ତଦନ୍ତ କରାଇବାପରେ ବିଭାଗୀୟ ଅଧିକାରୀ ରାସ୍ତା ପୁନଃ ନିର୍ମାଣ ଓ ମରାମତି ଲାଗି ପ୍ରତିଶୃତି ଦେଇଥିଲେ ମଧ୍ୟ କେଉଁଦିନ ଏହି କାର୍ଯ୍ୟ ସରିବ ଓ ଠିକାଦାର କିଏ ଏହାର ଏଷ୍ଟିମେଣ୍ଟ କଣ ହୋଇଥିଲା ତାହାର ଉତ୍ତର ମାଗିଥିଲେ । ବିଦ୍ୟାଧରପୁର ବ୍ୟାରେଜରୁ ଆନନ୍ଦପୁର ମେନ କେନାଲର ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇଦେଇଥିଲେବି ଠିକାଦାର ସମୟାନୁସାରେ ନକରି ଦୀର୍ଘ ବର୍ଷ ପକାଇ ରଖିବାପରେ ଅତି ନିମ୍ନମାନର କାମ କରି କାମ ସାରିଦେଇଥିଲା । ଦିନ କେଇଟା ମଧ୍ୟରେ ରାସ୍ତାଟିର ଅବସ୍ଥା ଶୋଚନୀୟ ହୋଇପଡିଲା ଯାହାଦ୍ୱାରାକି ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ । ସେହିପରି ବୈତରଣୀ ଲେପ୍ଟ ଓ ରାଇଟ ଏମାଙ୍ଗମେଣ୍ଟ ନିର୍ମାଣ ପାଇଁ କେତେ ଟଙ୍କାର ଏଷ୍ଟିମେଟ ହୋଇଛି ଓ କି କାମ ହୋଇଛି ବୋଲି ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ସି.ଆର.ସ୍କିମରେ ଏହିସବୁ କାମ କରାଯିବାକୁ ବ୍ୟବସ୍ଥା କରାଯାଇ ରାଜ୍ୟରେ ୨୩୦୦କିଲୋମିଟର ରାସ୍ତାକାର୍ଯ୍ୟ ପାଇଁ ୯ଶହ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । କ୍ୟାବିନେଟ ଅନୁମୋଦନ ପରେ ଏହା ୩ବର୍ଷ ଭିତରେ କାମ ସମ୍ପୁର୍ଣ୍ଣ କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ