ଉତ୍କଳ ଦିବସରେ ବରପୁତ୍ର ମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ

ନାଉଗାଁ,(ୱାଇଏନ୍‌ଏସ୍‌):ପବିତ୍ର ଉତ୍କଳ ଦିବସ ଅବସରରେ ନାଉଗାଁ ବ୍ଳକର ବିଭିନ୍ନ ବରପୂତ୍ରମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଛି । ଓଡିଶାକୁ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଢି ତୋଳିବା ସହିତ ଓଡିଶାର ସର୍ବାଙ୍ଗୀନ ଉନ୍ନତି ସାଧନରେ ଓଡିଶାର ବରପୁତ୍ର ମାନଙ୍କର ଭୂମିକା ଅତୁଳନୀୟ ଥିଲା । ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ନାଉଗାଁ ହାଟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞନ ମହାନ୍ତି, ସୁବାସ ସ୍ୱାଇଁ, ଶିକ୍ଷକ ନିରୋଦ କୁମାର ସ୍ୱାଇଁ, ଅରୁଣ କୁମାର ରାଉତରାୟ, ସମାଜସେବୀ ପ୍ରସନ୍ନଜିତ ସାହୁ, ସୌମ୍ୟସଂଜୀବ ଦାସ ପ୍ରମୁଖ ଯୋଗ ଦେଇ ନାଉଗାଁ ବଜାରରେ ଥିବା ଉତ୍କଳମଣୀ ଗୋପବନ୍ଧୁ ଦାସ, ବ୍ଳକଛକ ଠାରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହିତ ତାଙ୍କ ତ୍ୟାଗ ପୂତ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ । ସେହିପରି ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଭାରାପ୍ରାପ୍ତ ଅଧ୍ୟକ୍ଷ ପ୍ରଧ୍ୟାପକ ବିଭୂତି ଭୂଷଣ ସ୍ୱାଇଁଙ୍କ ପୌରୋହିତ୍ୟରେ ପ୍ରାଧ୍ୟାପକ ଜ୍ୟୋତିପ୍ରକାଶ ଲେଙ୍କା, ଅଧ୍ୟାପକ ହୃଦାନନ୍ଦ ସ୍ୱାଇଁ, ଚୌଧୁରୀ ବିନେଶ ଦାସ, ତୁଷାରକାନ୍ତ ଦାସ, ଚୈଚନ୍ୟ ପରିଡାଙ୍କ ସହିତ କର୍ମଚାରୀ ଆଦର୍ଶ କୁମାର ରାଉତ, ମାନସ ରଂଜନ ସ୍ୱାଇଁଙ୍କ ଦ୍ୱାରା ମହାବିଦ୍ୟାଳୟ ପରିସରରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ