ବନ୍ଦେ ଉତ୍କଳ ଜନନୀ ପାଠ୍ୟପୁସ୍ତକରେ ସାମିଲ ସ୍ୱାଗତ କଲା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ
ଭୁବନେଶ୍ୱର,(ୱାଇଏନ୍ଏସ୍): ଦୀର୍ଘଦିନ ପ୍ରତୀକ୍ଷାର ଅନ୍ତ ଘଟିଛି । ରାଜ୍ୟ ସରକାର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ କାଳଜୟୀ ଲେଖା ‘ବନ୍ଦେ ଉତ୍କଳ ଜନନୀ’କୁ ପାଠ୍ୟପୁସ୍ତକରେ ସାମିଲ୍ କରାଯିବା ଓ ନବମ, ଦଶମ ଶ୍ରେଣୀରେ ପଢୁଥିବା ପିଲା ତାଙ୍କ କୃତିକୁ ପଢିବାର ସୁଯୋଗ ପାଇବାକୁ ନେଇ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସହିତ ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ସରକାରଙ୍କୁ ସାଧୁବାଦ ଦେବା ସହିତ ସ୍ୱାଗତ କରିଛନ୍ତି । ଅଭିଯାନ ତରଫରୁ ପୂର୍ବରୁ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶତପଥୀ ଏହି ପ୍ରସଙ୍ଗ ଉପରେ ବହୁବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ବିଷୟ ଛାତ୍ରଛାତ୍ରୀମାନଙ୍କ ଉପରେ ଓଡ଼ିଆ ଭାଷା, ଜାତୀୟତା ଓ ସଂସ୍କୃତି ଉପରେ ଦୃଢ ଭାବରେ ପ୍ରଭାବ ପକାଇବା ସହିତ ଓଡ଼ିଆ ଜାତିର ଗୌରବକୁ ପରିଚିତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ମେ ମାସ ୩୦ ତାରିଖରେ ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଥିଲା ।


