ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅନିରୁଦ୍ଧ ପାଇଲେ ପୋଲିସ ଡିଜି ମେଡାଲ

ନିମାପଡା, (ସନ୍ତୋଷ ଦାଶ):ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ନୂଆପଡା ଜିଲ୍ଲା ଖରିଆରରୋଡ ଜଙ୍କ ଆଦର୍ଶ ଥାନା ର ଆଇ ଆଇ ସି ଅନିରୁଦ୍ଧ ମୁଦୁଲି ଙ୍କୁ ଆଜି ମିଳିଛି ପୋଲିସ ଡିଜି ମେଡାଲ l ପୋଲିସ ମହାନିର୍ଦେଶକ (ଡିଜି ) ଶ୍ରୀ ଅଭୟ ଆଜି କଳାହାଣ୍ଡି ଭବାନୀପାଟଣା ସ୍ଥିତ ପୋଲିସ କାର୍ଯ୍ୟାଳୟ ଠାରେ ପହଂଚି ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେଇ ଆଇ ଆଇ ସି ଅନିରୁଦ୍ଧ ମୁଦୁଲି ଙ୍କୁ ପୋଲିସ ଡିଜି ମେଡାଲ ଓ ମାନପତ୍ର ପ୍ରଦାନ କରିଥିଲେ l ଏହି ଉତ୍ସବ ରେ ଗୋଇନ୍ଦା ନିର୍ଦେଶକ ଶ୍ରୀ ଆର. କେ. ଶର୍ମା, ଆଇ ଜି ଅପରେସନ ଶ୍ରୀ ଅମିତାଭ ଠାକୁର, ଡି ଆଇ ଜି ଶ୍ରୀ ରାଜେଶ କୁମାର ପଣ୍ଡିତ, ନୂଆପଡା ଏସ ପି -ପି. ଦିୱାକର ପ୍ରମୁଖ ଉପସ୍ଥିତ ଥିଲେ l ଅନିରୁଦ୍ଧ ଙ୍କ ଘର ପୁରୀ ଜିଲ୍ଲା ନିମାପଡା ଥାନା ତୁଳସୀପୁର ପଂଚାୟତ ର କୁସୁମାଠେଙ୍ଗ ଗ୍ରାମ ରେ l ସେ କୁସୁମାଠେଙ୍ଗ ଗ୍ରାମ ର ଧଡି ମୁଦୁଲି ଙ୍କ ପୁଅ ତଥା ପୂର୍ବତନ ପ୍ରଧାନ ଶିକ୍ଷକ ତଥା ଶିକ୍ଷାବିତ ଦ୍ଵିଜବର ମୁଦୁଲି ଙ୍କ ପୁତୁରା ଅଟନ୍ତି l ଏହି ଖବର ଜଣାପଡିବାପରେ ତାଙ୍କ ଗାଁ ଓ ସ୍ଥାନୀୟ ଅଂଚଳ ରେ ରେ ଖୁସି ର ଲହରୀ ଖେଳିଯାଇଛି l ଅନିରୁଦ୍ଧ 2008 ମସିହା ରେ ପୋଲିସ ଏସ ଆଇ ପରୀକ୍ଷା ରେ ଉତୀର୍ଣ୍ଣ ହୋଇ ୨୦୦୯ ମସିହା ରେ ଗଜପତି ଜିଲ୍ଲା ରେ ପୋଲିସ ଚାକିରୀ ରେ ଯୋଗଦାନ କରିଥିଲେ l ୨୦୦୯ ରୁ ୨୦୧୨ ପର୍ଯ୍ୟନ୍ତ ଗଜପତି ଜିଲ୍ଲା ଓ ୨୦୧୨ ରୁ ୨୦୧୯ ପର୍ଯ୍ୟନ୍ତ ସେ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ଥାନା ରେ କାର୍ଯ୍ୟ କରିବାପରେ ୨୦୧୯ ରେ ନୂଆପଡା ଜିଲ୍ଲା ରେ ଯୋଗଦାନ କରିଥିଲେ l ଗତ 0୧.୧.୨୦୧୯ ରୁ ଅନିରୁଦ୍ଧ ଖରିଆରରୋଡ ଜଙ୍କ ଆଦର୍ଶ ଥାନା ର ଆଇ ଆଇ ସି ଭାବେ କାର୍ଯ୍ୟ କରି ଆସୁଛନ୍ତି l ଚଳିତବର୍ଷ ପୋଲିସ ବିଭାଗ ରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୧୦୦ ଜଣ ଙ୍କୁ ଡିଜି ପୋଲିସ ମେଡାଲ ଦିଆଯିବାକୁ ସ୍ୱାଧୀନତା ଦିବସ ଦିନ ଘୋଷଣା କରାଯାଇଥିଲା l ଏହି ପରିପେକ୍ଷୀରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅନିରୁଦ୍ଧ ଙ୍କୁ ଆଜି ମିଳିଛି ଓଡିଶା ପୋଲିସ ଡିଜି ମେଡାଲ l ଏହି ଖବର ଜଣାପଡିବାପରେ ତୁଳସୀପୁର, ଅମରେଶ୍ୱର, ଚାରିଛକ ଅଞ୍ଚଳ ରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଅନିରୁଦ୍ଧ ଙ୍କ ବଂଧୁ, ପରିଜନ, ସାଙ୍ଗ ସାଥି, ଶୁଭେଛୁ ମାନେ ତାଙ୍କୁ ଓ ତାଙ୍କ ପରିବାର କୁ ଅଭିନନ୍ଦନ ଜଣାଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ