ଏକା ସାଙ୍ଗରେ ଚାଲିଗଲା ତିନି ଭାଇଙ୍କ ଜୀବନ

ମୋହନା, (ଅଂଶୁମାନ ପଣ୍ଡା): ଏକ ଅଭାବନୀୟ ଘଟଣାକ୍ରମରେ ଗୋଟିଏ ପରିବାରର ତିନି ଭାଇଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟଣା ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି । ଘଟଣାରୁ ପ୍ରକାଶ ଯେ, ଗଜପତି ଜିଲ୍ଲା ଅଡବା ଥାନା ବିରିକୁଟ ଗ୍ରାମର ଯୁଅନ ମାଝିଙ୍କ ୩ ପୁଅଙ୍କ ମୃତ୍ୟୁ ଘଟିଛି । ରାଜରାସ୍ତା କଡ଼ରେ ନିର୍ମାଣ ହେଇଥିବା ନୂତନ ଗୃହର ଶୋଇବା ଘରେ ଏକ ଅଣ୍ଡର ଗ୍ରାଉଣ୍ଡ ବନାଯାଇଥିଲା ଯାର ଓସାର ୭ ପୁଟ, ହେଲେ ବାହାରରୁ ଅକ୍ସିଜେନ ଆସିବା ପାଇଁ କୌଣସି ବାଟ ନଥିଲା । କାଲି ରାତି ୮ ବେଳେ ମଝିଆ ପୁଅ ବିକ୍ରମ ମାଝି (୩୫) କୌଣସି ଜରୁରୀ ସମାନ ଆଣିବା ପାଇଁ ତଳକୁ ଯାଇଥିଲେ ହେଲେ ସେ ଫେରିନଥିଲେ, ବିଳମ୍ବ ହେବା ଦେଖି ସଞ୍ଜୀବ ମାଝି (୨୭) ଯାଇଥିଲେ ଦେଖିବକୁ ଭାଇର କୌଣସି ଅବାଜ୍ ନ ପାଇ ତଳକୁ ଯାଇଥିଲେ ସେମଧ୍ୟ ଫେରିନଥିଲେ ତାଙ୍କୁ ବଞ୍ଚେଇବାକୁ ଯାଇ ସାନ ଭାଇ ଜିତୁ (୨୫) ମଧ୍ୟ ବେହୋସ୍ ହାଇପଡିବା ଦେଖି ସାନ ଭଉଣୀ ସଂଗୀତ ଚିତ୍କାର କରି ପରିବାର ଲିକଙ୍କୁ ଡାକିଥିଲେ ପରିବାର ଲୋକେ,ସାହିପଡ଼ିଶା ଆସି ରଶି ବାନ୍ଧି ତାଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବଡ଼ ଭାଈ କଇବା ପ୍ରକାରେ ଆଜି ତାଙ୍କ ବଡ଼ ଭଉଣୀଙ୍କୁ ଦେଖିବା ପାଇଁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚ୍ଲରୁ ଆସିଥାନ୍ତି ତେଣୁ ଘର ସଫା କରୁଥିବାବେଳେ ଏପରି ଘଟଣା ଘଟିଛି । ପରିବାରରେ ୬ ଭାଇ ୨ ଭଉଣୀ ରହିଆସୁଥିଲେ, ୧୦ ବର୍ଷ ତଳେ ଗୋଟିଏ ଭାଇ ନିଖୋଜ୍ ହଇଯାଇଛନ୍ତି, କି ସବୁ ଭାଇ ଭଉଣୀମାନେ ମିଶି ରହି ଘର କରିଥିଲେ କିନ୍ତୁ କେମିତି ଏପରି ହେଲା ଜାଣିପାରିଲିନୁ ବୋଲି ପରିବାର ଲୋକ କହିଛନ୍ତି । ତିନି ତିନିଟା ରୋଜଗାରିଆ ପୁଅଙ୍କୁ ହରାଇ ପରିବାର ଭାଙ୍ଗି ପଡିଛି । ପୋଲିସ୍ ଘଟଣା ସ୍ଥଳେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ଅଡବା ଥାନା ଅଧିକାରୀ ଆଲୋକରଂଜନ ଜଗୋଦଲା କହିଛନ୍ତି । ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ମେଡିକାଲ୍ ପଠାଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ