ଏକ ଦିବସୀୟ ୟୁଡାଇସ କର୍ମଶାଳା
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ଠାରେ ଏକ ଦିବସୀୟ ୟୁ ଡାଇସ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏବିଇଓ ଧନେଶ୍ୱର ଖଣ୍ଡେଇ, ବିଆରସିସି ସୁରେଶ କୁମାର ଜେନା, ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ର ପ୍ରମୁଖ ଯୋଗଦେଇ ୟୁ ଡାଇସ କର୍ମଶାଳାର ଉଦେ୍ଦଶ୍ୟ ଓ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ଏମଆଇସି କୋ ଅର୍ଡିନେଟର ସବ୍ୟସାଚୀ ସା, ଜିଲ୍ଲା ଏମଆଇସି କୋ ଅର୍ଡିନେଟର ରଶ୍ମି ରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ୨୦୨୧ ଏପ୍ରିଲରୁ ସେପ୍ଟେମ୍ବର ୩୦ପର୍ଯ୍ୟନ୍ତ ସ୍କୁଲର ଶିକ୍ଷକ, ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ବିଦ୍ୟାଳୟରେ ଥିବା ଶ୍ରେଣୀଗୃହ, ପାଇଖାନା, ଖେଳପଡିଆ ସମ୍ପର୍କରେ କିପରି ତଥ୍ୟ ଦିଆଯିବ ସେ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ । କାର୍ଯ୍ୟକ୍ରମକୁ ବିଆରଟି ବିଘ୍ନରାଜ ଜେନା, ବିଶ୍ୱଭୂଷଣ ରାଉଳ ପ୍ରମୁଖ ପରିଚାଳନା କରିଥିବାବେଳେ ଏହି କର୍ମଶାଳାରେ ୩୦୨ଟି ସ୍କୁଲର ପ୍ରଧାନ ଶିକ୍ଷକ, ପ୍ରଧାନଶିକ୍ଷୟତ୍ରୀ ମାନେ ଯୋଗଦେଇଥିଲେ ।


