ଏକ ପିଙ୍କ ବୁଥ ସହ ୨୮୭ ବୁଥରେ ୬୪.୪୩ % ମତଦାନ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଫେବୃଆରୀ ୧୮ ତାରିଖରେ ଅନୁଷ୍ଠିତ ଦ୍ଵିତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନରେ ବୁଗୁଡା ବ୍ଲକରେ ୬୪.୪୩ ପ୍ରତିଶତ ଭୋଟଦାନ ହୋଇଥିବା ବୁଗୁଡ଼ ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ତନ୍ମୟ ପାତ୍ର ପ୍ରକାଶ କରିଛନ୍ତି । ବୁଗୁଡା ବ୍ଲକରେ ୨୧ ଟି ଗ୍ରାମ ପଞ୍ଚାୟତର ୨୮୭ ବୁଥରେ ୯୮,୩୮୦ ଭୋରଙ୍କ ମତଦାନ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ମୋଟ ୬୩୩୮୭ ଜଣ ମତଦାନ ପ୍ରଦାନ କରିଛନ୍ତି । ମତଦାତା ମାନଙ୍କ ମଧ୍ୟରୁ ୨୯୮୭୫ ଜଣ ପୁରୁଷ ଭୋଟ ଦେଇଥିବା ବେଳେ ୩୩୫୧୨ ମହିଳା ଭୋଟର ମତଦାନ ଦେଇଛନ୍ତି । ପୁରୁଷ ମତଦାନ ୩୦.୩୭ ପ୍ରତିଶତ ହୋଇଥିବା ବେଳେ ମହିଳା ମତଦାନ ୩୪.୦୬ ପ୍ରତିଶତ ହୋଇଛି। କୌଣସି ତୃତୀୟ ଲିଙ୍ଗ ଭୋଟ ଦେଇନାହାଁନ୍ତି । ବୁଗୁଡା ବ୍ଲକରେ ବାଲିପଦର ଗ୍ରାମର ୮ ନମ୍ବର ୱାର୍ଡ ପିଙ୍କ ବୁଥ ଥିବା ବେଳେ ସେହି ବୁଥରେ ଭୋଟ ପରିଚାଳନା ପାଇଁ ମହିଳା କର୍ମଚାରୀ ବୃନ୍ଦ ନିୟୋଜିତ ହୋଇଥିଲେ । ବୁଗୁଡା ବ୍ଲକରେ ତିନି ଗୋଟି ଜିଲ୍ଲା ପରିଷଦ, ୨୧ ଗୋଟି ସମିତି ସଭ୍ୟ , ୨୦ ଗୋଟି ସରପଞ୍ଚ ସହ ୱାର୍ଡ ମେମ୍ବର ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ପାଙ୍ଗିଡ଼ି ଗ୍ରାମ ପଞ୍ଚାୟତର ବିଜେଡି ସମର୍ଥୀତ ସରପଞ୍ଚ ଭାଗ୍ୟଲତା ବିଷୋୟୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ୧୦୯ ୱାର୍ଡ ମେମ୍ବର ପଦବୀ ମଧ୍ୟ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ଭୋଟ ଶେଷ ହୋଇଥିବା ବେଳେ ପ୍ରତିଦ୍ୱନ୍ଦିତା କରିଥିବା ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନଙ୍କ ଭାଗ୍ୟ ଭୋଟ ବାକ୍ସରେ ସିଲ ହୋଇଥିବା ବେଳେ ବୁଗୁଡା ବ୍ଲକରେ ଭୋଟଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ