ଏନଏସି ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ
୧୮୫ ଶିକ୍ଷାର୍ଥୀ ପାଇଲେ ପୋଷାକ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ହିଞ୍ଜିଳିକାଟୁ ପୈାରାଞ୍ଚଳ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟରେ ବୁଧବାର ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମିନତୀ କୁମାରୀ ପାତ୍ରଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଜୟ କୁମାର ପାଠି ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ ଓ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭୀମସେନ ବେହେରା ଯୋଗଦେଇ ଗୁଣାତ୍ମକ ଶିକ୍ଷା ଓ ଆଦର୍ଶ ଛାତ୍ର, ଛାତ୍ରୀଙ୍କ ଜୀବନର ଲକ୍ଷ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ସଂପୃକ୍ତ ବିଦ୍ୟାଳୟରେ ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନରତ ଶିକ୍ଷାର୍ଥୀଙ୍କୁ ପୋଷାକ ବିତରଣ କରାଯାଇଥିଲା । ଶିକ୍ଷକ ଭଗବାନ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିକ୍ଷକ ରଜନୀ କାନ୍ତ ସାହୁ, ସନ୍ତୋଷ କୁମାର ପଣ୍ଡା, ଗିରିଧାରୀ ପୁରୋହିତ,ତପନ କୁମାର ପାଣିଗ୍ରାହୀ, ଶିକ୍ଷୟିତ୍ରୀ ନିଲିମା ଦଳାଇ, ଭବାନୀ ପଣ୍ଡା,ରୀନା ସାହୁ, ସଂଯୁକ୍ତା ମହାପାତ୍ର ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।


