ବନ୍ଧୁମିଳନ ନେଇ ପ୍ରେସ୍ କ୍ଲବର ପ୍ରସ୍ତୁତି ବୈଠକ
ବନ୍ତ, (ଚାନ୍ଦିନୀ ମହାନ୍ତି) :ନୂତନ ବର୍ଷର ବନ୍ଧୁମିଳନ ନେଇ ବନ୍ତ ପ୍ରେସ୍ କ୍ଲବର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବନ୍ତସ୍ଥିତ ଜଳସେଚନ କାର୍ଯ୍ୟାଳୟ ଡାକବଙ୍ଗଳା ଠାରେ ଅନୁଷ୍ଠିତ ବୈଠକରେ ପ୍ରେସ୍ କ୍ଲବର ସଭାପତି ପତଞ୍ଜଳୀ କରଶର୍ମା ସଭାପତିତ୍ୱ କରିଥିଲେ । ଏଥିରେ ସାମ୍ବାଦିକ ହରି ନାରାୟଣ ମହାନ୍ତି, ଜ୍ଞାନଦା ପ୍ରସାଦ କରଶର୍ମା, ରବିନ୍ଦ୍ର କୁମାର ଓଝା, ରମେଶ ଚନ୍ଦ୍ର ପତି, ମାର୍କଣ୍ଡ ଧଡା, ବିଜୟ କୁମାର ପଣ୍ଡା, ପ୍ରଫୁଲ୍ଲ କୁମାର ଦାଶ ଯୋଗ ଦେଇଥିଲେ । ବୈଠକରେ ସାମ୍ବାଦିକ ମାନଙ୍କର ସମସ୍ୟା ଓ ସୁରକ୍ଷା ସଂପର୍କରେ ଆଲୋଚନା କରାଯାଇଥିଲା । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପେକ୍ଷୀରେ ବ୍ଲକର ବିଭିନ୍ନ୍ ସମସ୍ୟାକୁ ଲୋକଲୋଚନକୁ ଆଣିବା ସହିତ ନିରପେକ୍ଷ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଶେଷରେ ନୂତନ ବର୍ଷରେ ଏକ ବନ୍ଧୁମିଳନ ସମାରୋହ ଅନୁଷ୍ଠିତ ହେବା ନେଇ ନିଷ୍ପତ୍ତି ହୋଇଥିଲା ।


