ଏଫଆଇସିସିଆଇ ଆୱାର୍ଡ ପାଇଲେ ଗଜପତିର ପ୍ରାକ୍ତନ ଏସ୍‌ପି ସାରା ଶର୍ମା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ପ୍ରାକ୍ତନ ଏସ୍‌ପି ସାରା ଶର୍ମା ଏଫଆଇସିସିଆଇ ଆୱାର୍ଡ-୨୦୨୦ ପାଇଥିବାର ଜଣାପଡିଛି । ସୂଚନା ଯୋଗ୍ୟ ଯେ, ପ୍ରାକ୍ତନ ଏସ୍‌ପି ସାରା ଶର୍ମା ଗଜପତି ଜିଲ୍ଲାରେ କାର୍ଯ୍ୟରତଥିବା ବେଳେ ବହୁ ଉନ୍ନୟନ ମୂଳକ କର୍ଯ୍ୟ କରିବା ସହ ଲୋକଙ୍କ ବିଶେଷ କରି ସମାଜର ଗରୀବ ଓ ଦଳିତଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି ପାଇଁ ବହୁ ଉଲ୍ଲେଖନୀୟ କାମ କରି ସମଗ୍ର ଗଜପତି ଜିଲ୍ଲାରେ ବେଶ ପରିଚିତ ହୋଇପାରିଥିଲେ । ସେ ଜିଲ୍ଲାର ପୁରପଲ୍ଲୀ ଠାରୁ ଆରମ୍ଭ କରି ବିଭିନ୍ନ ଗ୍ରାମାଞ୍ଚଳକୁ ଗସ୍ତକରି ଲୋକଙ୍କ ସମସ୍ୟା, ପୋଷ୍ୟ ଗ୍ରାମ ଗ୍ରହଣ କରିବା, ଖେଳକୁଦ ପାଇଁ ବିଭିନ୍ନ ସାମଗ୍ରୀ ବଣ୍ଟନ କରିବା, ନିତି ବ୍ୟାୟାମ ପାଇଁ ଆକ୍ରବେଟ ଡ୍ୟାନ୍ସ ମାଧ୍ୟମରେ ଶିକ୍ଷା ଦେବା, କିନ୍ନର ମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ସ୍ୱାବଲମ୍ବି କରିବା, ଗରୀବ ମାନଙ୍କୁ ପୋଷାକ ପ୍ରଦାନ କରିବା ଆଦି ବହୁ ସାମାଜିକ କାମ କରିଥିଲେ । ସେହିଭଳି କୋଭିଡର ମୁକାବିଲା କରିବା ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଯଥା ସେ ଏଠାରେ ଦାୟିତ୍ୱ ତୁଲାଇବା ପର୍ଯ୍ୟନ୍ତ ମୁକାବିଲା କରିବା ତଥା ନାକାଗେଟ ସ୍ଥାପନ କରି ଆନ୍ତଃ ଜିଲ୍ଲା ବା ରାଜ୍ୟରୁ ଆସୁଥିବା ପ୍ରବାସୀମାନଙ୍କ ପ୍ରତି କଡା ନଜର ରଖିବା ପାଇଁ ସୁବନ୍ଦବସ୍ତ କରି ବହୁ ଖ୍ୟାତି ଅର୍ଜନ କରିଥିଲେ । କହିବାକୁ ଗଲେ ଗରୀବ ଓ ଦୁଃଖୀଙ୍କ ସାଥି ଥିଲେ । ଏଭଳି ଉଲ୍ଲେଖନୀୟ ସେବା କାର୍ଯ୍ୟକ୍ରମ ଯୋଗୁଁ “ଏଫଆଇସିସିଆଇ ଆୱାର୍ଡ-୨୦୨୦”ର ସ୍ମାର୍ଟ ପୋଲିସିଂ ଆୱାର୍ଡ ପାଇଛନ୍ତି । ତାଙ୍କୁ ଏହି ଆୱାର୍ଡ ମିଳିବା ପରେ ସମଗ୍ର ଗଜପତି ଜିଲ୍ଲାବାସୀ ତରଫରୁ ସାରା ଶର୍ମାଙ୍କୁ ଶୁବେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି । ସେହିଭଳି ସାରା ଶର୍ମା ମଧ୍ୟ ଏହି ଆୱାର୍ଡ ମିଳିଥିବାରୁ ଗଜପତି ଜିଲ୍ଲାବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ