ସହର ରାସ୍ତାରୁ ନିର୍ବାଚନ ହୋର୍ଡ଼ିଂ ଅପସାରଣ ଦାବି

ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ସହରର ସୌନ୍ଦର୍ଯ୍ୟ ରକ୍ଷାରେ ଅନ୍ତରାୟ ହୋଇଥିବା ନିର୍ବାଚନ ହୋର୍ଡ଼ିଂକୁ ନେଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛି ସ୍ୱେଚ୍ଛାସେବୀ ସଂଗଠନ ‘ହେଲପିଂ ସୋସାଇଟି’ା ସଂଗଠନର ସଭାପତି ହ୍ରିତିକ ନାୟକଙ୍କ ନେତୃତ୍ୱରେ ବହୁ ସଦସ୍ୟ ବାଲେଶ୍ୱର ଜିଲାପାଳଙ୍କୁ ସାକ୍ଷାତ ସହ ତୁରନ୍ତ ରାଜନୈତିକ ହୋଡିଂ ଓ ବ୍ୟାନର ହଟାଇବାକୁ ଦାବି କରିଥିଲେ । ନିର୍ବାଚନ ଶେଷ ହେବା ପରେ ମଧ୍ୟ ବାଲେଶ୍ୱର ଭଳି ଏକ ସଂସ୍କୃତି ସମ୍ପନ୍ନ ଓ ଶିକ୍ଷିତ ସହରରେ ଏହି ଭଳି ବ୍ୟାନର ଓ ହୋର୍ଡିଂ ରହିବା ଆଦୌ ଶୋଭନୀୟ ନୁହେଁ ବୋଲି ଶ୍ରୀ ନାୟକ କହିଥିଲେ । ଜିଲା ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଢ ପଦକ୍ଷେପ ଗ୍ରହଣ ନିମନ୍ତେ ସେମାନେ ଦାବି ଜଣାଇଥିଲେ । ହେଲପିଂ ସୋସାଇଟି ସଂଗଠନର ସଦସ୍ୟମାନେ ଏ କ୍ଷେତ୍ରରେ ପ୍ରଶାସନକୁ ସବୁ ପ୍ରକାର ସହଯୋଗ ପ୍ରଦାନ ପାଇଁ ପ୍ରସ୍ତୁତ ରହିଛନ୍ତି ବୋଲି ଶ୍ରୀ ନାୟକ କହିଥିଲେ । ଏନେଇ ସଂଗଠନ ପକ୍ଷରୁ ଏକ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ସ୍ମାରକପତ୍ର ପ୍ରଦାନ ବେଳେ ଜୀବନ ସଂଗ୍ରାମ ମିଶ୍ର, ଶେଖ ଅରଫାନୁଦ୍ଦିନ, ରଜତ କୁମାର ଘଡ଼େଇ, ଅରୂପ କୁମାର ସାହୁ, ଅଭିଜିତ ଦେବନାଥ, ଦିବ୍ୟରଞ୍ଜନ ଦାସ, ଶେଖ ନଜିମ, ସୁଧାଂଶୁ ଶେଖର ବାରିକ, ସୁମିତ ରଞ୍ଜନ କର, ବୀରେନ୍ଦ୍ର ଚୌଧୁରୀ, ଅବନୀ ଶଙ୍କର ଦାସ, ଚିନ୍ମୟ କୁମାର ପରିଡ଼ା, ଆଶିଷ କୁମାର ଆଶ ପ୍ରମୁଖ ସଂଗଠନର ସଦସ୍ୟମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ