ଏମିତି ଏକ ଗାଁ , ଯେଉଁଠି ଚପଲ ପିନ୍ଧିବା ମନା
ଆଜିକାଲି ଫ୍ୟାସନରେ ମ୍ୟାଚିଂ ଚପଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କୌଣସି ବି ପୋଷାକ ସହ ମ୍ୟାଚିଂ ଚପଲ ପିନ୍ଧିବା ସଉକ ପ୍ରାୟ ସମସ୍ତେ ରଖନ୍ତି । ଏଥିପାଇଁ ସେମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଛାଉନାହାନ୍ତି । ହେଲେ ଆଜି ଆମେ ଆପଣଙ୍କୁ ଏକ ଏମିତି ଏକ ଗାଁ ସମ୍ପର୍କରେ କହିବାକୁ ଯାଉଛୁ ଯେଉଁଠି ଚପଲ ପିନ୍ଧିବା ମନା ।ସ୍ୱଏହି ଗାଁ ଟି ହେଲା କଲିମାୟନ । ମଦୁରାଇଠାରୁ ୨୦ କିଲୋମିଟର ଦୂରରେ ରହିଉି ଏହି ଗାଁ । ଯେଉଁଠି ଚପଲ ପିନ୍ଧିବା ମନା । ବର୍ଷ ପରେ ବର୍ଷ ବିତିଗଲାଣି । ହେଲେ ଗାଁରେ ଆଜି ପର୍ଯ୍ୟନ୍ତ ନିଜ ପାଦରେ ଚପଲ କି ଜୋତା ପିନ୍ଧିନାହାନ୍ତି । ଏପରିକି ନିଜ ପିଲାମାନଙ୍କୁ ବି ଚପଲ ପିନ୍ଧିବାକୁ ମନା କରନ୍ତି ପିଲାମାନଙ୍କୁ । ଯଦି କେହି ଭୁଲରେ ଚପଲ ପିନ୍ଧିଦେଲା ତେବେ ତାକୁ କଠୋର ଦଣ୍ଡ ମିଳିବ ।ପାଦରେ ଚପଲ ନ ପିନ୍ଧିବା ପଛରେ କିଛି କାରଣ ରହିଥିବା କୁହନ୍ତି ଗାଁ ଲୋକ । ଏଠାକାର ଲୋକେ ବହୁ ବର୍ଷରୁ ଆପାଚ୍ଛୀ ନାମକ ଦେବତାଙ୍କର ପୂଜା କରିଆସୁଛନ୍ତି । ସେମାନଙ୍କର ବିଶ୍ୱାସ ଯେ ଆପାଚ୍ଛୀ ହିଁ ତାଙ୍କର ରକ୍ଷା କରୁଛନ୍ତି । ଦେବତାଙ୍କ ପ୍ରତି ଆସ୍ଥା ଦେଖାଇବା ପାଇଁ ଗାଁର ସୀମା ଭିତରେ ଚପଲ ପିନ୍ଧିବାକୁ ବାରଣ କରାଯାଇଛି ।ଗାଁର ଲୋକେ ଏହି ପରମ୍ପରାକୁ ମାନି ଆସିଛନ୍ତି । ଆଉ ଯଦି କେବେ କୁଆଡେ ଯିବାର ଥାଏ ତେବେ ହାତରେ ଚପଲ ଧରି ଗାଁର ସୀମା ବାହାରକୁ ଯିବା ପରେ ଚପଲ ପିନ୍ଧିଥାନ୍ତି ।


