ଏସଇବିସି ଓ ଓବିସିଙ୍କ ଜନଗଣନା ପାଇଁ କେନ୍ଦ୍ର ପାଖରେ ଦାବି ପ୍ରସଙ୍ଗରେ ରାଜ୍ୟ କ୍ୟବିନେଟ୍ ନିଷ୍ପତି
ଧର୍ମେନ୍ଦ୍ର ପ୍ରଧାନ ୨୦୧୯ ଜୁଲାଇରେ ପତ୍ର ଲେଖି ଓବିସି ଓ ଏସଇବିସି ବର୍ଗ ପାଇଁ ଶିକ୍ଷାନୁଷ୍ଠାନ ଓ ସରକାରୀଚା ଚାକିରିରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଅନୁରୋଧ କରିଥିଲେ ଧର୍ମେନ୍ଦ୍ର ଓଡିଶାରେ ଓବିସି ଓ ଏସଇବିସି ବର୍ଗ ରାଜ୍ୟ ଜନସଂଖ୍ୟାର ଏକ ପ୍ରମୁଖ ବର୍ଗ ଏବଂ ଏମଧ୍ୟରୁ ଅନେକଚା ଦାରିଦ୍ର୍ୟ ଓ ଅଶିକ୍ଷା ମଧ୍ୟରେ କାଳାତିପାତ କରୁଛନ୍ତି ଓଡିଶା ସରକାର ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ଓବିସି ମାନଙ୍କୁ ସଂରକ୍ଷଣ ସୁବିଧା ଦେଉନଥିବାଚା ବେଳେ ଏସଇବିସି ମାନଙ୍କୁ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ସୁବିଧା ଦେଇନାହାନ୍ତି ଉଭୟ ଓବିସି ଓ ଏସଇବିସି ବର୍ଗର ଲୋକମାନେ ଉଚ୍ଚଶିକ୍ଷା ଓ ଚାକିରି କ୍ଷେତ୍ରରେ ଯୋଗଦେବାରୁ ବଂଚିତଚା ହେଉଛନ୍ତି ଓ ଏହା ପଛରେ ସେମାନଙ୍କର ସାମାଜିକ ଓ ଆର୍ଥିକ ପଛୁଆ ପରିସ୍ଥିତି ମୁଖ୍ୟତଃ ଦାୟୀ ଏମାନଙ୍କୁ ସରକାରୀ ଚାକିରି କ୍ଷେତ୍ରରେ ବିଶେଷ ସୁବିଧା ଉପଲବ୍ଧ କରାଇବା ଜରୁରୀଚା ସମ୍ବିଧାନର ଧାରା ୧୫(୪) ଓ ୧୬(୪) ଅନୁସାରେ ଭାରତ ସରକାର ଓବିସି ବର୍ଗଙ୍କୁ ସରକାରୀ ଚାକିରିଚା ଓ ଶିକ୍ଷାନୁଷ୍ଠାନର ୨୭ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା କରିଛନ୍ତି ଅନେକ ରାଜ୍ୟ ସରକାର ରାଜ୍ୟର ଜନସଂଖ୍ୟାର ଏଭଳି ଏକ ବର୍ଗ ପାଇଁ ଅଧିକ ଶତାଂଶ ସଂରକ୍ଷଣଚା ବ୍ୟବସ୍ଥା ଲାଗୁ କରିଛନ୍ତି ରାଜ୍ୟ ସରକାର ଯେଉଁ ଅନୁରୋଧ କରିଛନ୍ତି କେନ୍ଦ୍ର ସରକାର ଏ ସମ୍ବନ୍ଧରେ ଆଲୋଚନା କରି ନିର୍ଣ୍ଣୟଚା ନେଇପାରନ୍ତି ଭୁବନେଶ୍ୱର, ଜାନୁଆରୀ ୧୨ – ଏସଇବିସି ଓ ଓବିସିଙ୍କ ଜନଗଣନା ପାଇଁ କେନ୍ଦ୍ର ପାଖରେ ଦାବି ପ୍ରସଙ୍ଗରେ ରାଜ୍ୟ କ୍ୟବିନେଟ୍ ନିଷ୍ପତି ପରିପ୍ରେକ୍ଷୀରେ ଗଣମାଧ୍ୟମର ପ୍ରଶ୍ନର ଉତରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଗତ ଜୁଲାଇ ୨୫ ତାରିଖରେ ରାଜ୍ୟ ସରକାରଙ୍କୁ ପତ୍ର ମାଧ୍ୟମରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ଙ୍କୁ ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନ ଏବଂ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ(ଏସଇବିସି)ଙ୍କ ପାଇଁ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ଅନୁରୋଧ କରିଥିଲେ । ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଥିଲେ ଯେ ଓଡିଶାରେ ଓବିସି ଓ ଏସଇବିସି ବର୍ଗ ରାଜ୍ୟ ଜନସଂଖ୍ୟାର ଏକ ପ୍ରମୁଖ ବର୍ଗ ଏବଂ ଏମଧ୍ୟରୁ ଅନେକ ଦାରିଦ୍ର୍ୟ ଓ ଅଶିକ୍ଷା ମଧ୍ୟରେ କାଳାତିପାତ କରୁଛନ୍ତି । ଓଡିଶା ସରକାର ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ଓବିସି ମାନଙ୍କୁ ସଂରକ୍ଷଣ ସୁବିଧା ଦେଉନଥିବା ବେଳେ ଏସଇବିସି ମାନଙ୍କୁ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ସୁବିଧା ଦେଇନାହାନ୍ତି । ଉଭୟ ଓବିସି ଓ ଏସଇବିସି ବର୍ଗର ଲୋକମାନେ ଉଚ୍ଚଶିକ୍ଷା ଓ ଚାକିରି କ୍ଷେତ୍ରରେ ଯୋଗଦେବାରୁ ବଂଚିତ ହେଉଛନ୍ତି ଓ ଏହା ପଛରେ ସେମାନଙ୍କର ସାମାଜିକ ଓ ଆର୍ଥିକ ପଛୁଆ ପରିସ୍ଥିତି ମୁଖ୍ୟତଃ ଦାୟୀ । ଏମାନଙ୍କୁ ସରକାରୀ ଚାକିରି କ୍ଷେତ୍ରରେ ବିଶେଷ ସୁବିଧା ଉପଲବ୍ଧ କରାଇବା ଜରୁରୀ । ସମ୍ବିଧାନର ଧାରା ୧୫(୪) ଓ ୧୬(୪) ଅନୁସାରେ ଭାରତ ସରକାର ଓବିସି ବର୍ଗଙ୍କୁ ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନର ୨୭ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା କରିଛନ୍ତି । ଏହି ସଂରକ୍ଷଣ ବ୍ୟବସ୍ଥାକୁ ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟ ମାନ୍ୟତା ପ୍ରଦାନ କରିଛନ୍ତି । ଅନେକ ରାଜ୍ୟ ସରକାର ରାଜ୍ୟର ଜନସଂଖ୍ୟାର ଏଭଳି ଏକ ବର୍ଗ ପାଇଁ ଅଧିକ ଶତାଂଶ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି ବୋଲି ସେ ପତ୍ରରେ ଉଲ୍ଲେଖ କରିଥିଲେ । ଏ ବିଷୟରେ ଗଣମାଧ୍ୟମ ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏସଇବିସି ଓ ଓବିସି ସାମ୍ବିଧାନିକ ନିୟମ ଅନୁସାରେ ସଂରକ୍ଷଣ ଦିଆଯାଇଛି ମାତ୍ର ଓଡିଶାରେ ତାହା ମିଳୁନାହିଁ । ତେବେ ରାଜ୍ୟ ସରକାର ପ୍ରଥମେ ଏହି ବ୍ୟବସ୍ଥା ଲାଗୁ କରିବାକୁ ଦାବୀ କରିଛନ୍ତି । ରାଜ୍ୟ ସରକାର ଯେଉଁ ଅନୁରୋଧ କରିଛନ୍ତି କେନ୍ଦ୍ର ସରକାର ଏ ସମ୍ବନ୍ଧରେ ଆଲୋଚନା କରି ନିର୍ଣ୍ଣୟ ନେଇପାରନ୍ତି । ମାତ୍ର ପ୍ରଥମେ ଦୀର୍ଘ ୩୦ ବର୍ଷ ଧରି ଏହି ବର୍ଗର ଜନସାଧାରଣ ଯେଉଁ ସାମ୍ବିଧାନିକ ଅଧିକାର ପାଇବାରୁ ବଂଚିତ ଅଛନ୍ତି ସେମାନଙ୍କୁ ପ୍ରଥମେ ସେମାନଙ୍କର ଅଧିକାର ଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବୀ କରିଛନ୍ତି ।


