ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁମାମଲା କ୍ରାଇମବ୍ରାଞ୍ଚ ତଦନ୍ତ ୫ମ ଦିନରେ, ୨ ଡାକ୍ତର ଓ ତହସିଲଦାରଙ୍କୁ ପଚରାଉଚରା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁମାମଲାର ଗୁମର ଖୋଲିବା ପାଇଁ କ୍ରାଇମବ୍ରାଞ୍ଚର ୪ଜଣିଆ ଟିମ୍‌ର ତନାଘନା ଆଜି ୫ମ ଦିନରେ ପହଞ୍ôଚଛି । ଆଜି ୫ମ ଦିନରେ ଘଟଣା ଦିନ ଚିକିତ୍ସା କରିଥିବା ଡାକ୍ତର ଦ୍ୱୟଙ୍କ ସମେତ ପାରଳାଖେମୁଣ୍ଡି ତହସିଲଦାରଙ୍କୁ ପଚରାଉଚରା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଡାକ୍ତର ଦ୍ୱୟଙ୍କୁ ପଚରାଉଚରା ପ୍ରାୟ ୩ଘଣ୍ଟା ଧରି ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଚାଲିଥିଲା । ଦୁଇଜଣ ଡାକ୍ତର ହେଲେ ଡାକ୍ତର ଅଭିଳାଷ ପଣ୍ଡା ଓ ଡାକ୍ତର କିଶୋର ଚନ୍ଦ୍ର ବେହେରା । ଘଟଣା ଦିନ ଏସିଏଫ୍ ସୌମ୍ୟରଞ୍ଚନ ମହାପାତ୍ରଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ଆଣିବା ସମୟରେ ଏହି ଦୁଇ ଡାକ୍ତର ଉପସ୍ଥିତ ଥିଲୋ ତେବେ ଜଣେ ଚିକିତ୍ସା କରିଥିବା ବେଳେ ଅନ୍ୟଜଣେ ରେଫର କରିଥିଲେ । ଏହି ଡାକ୍ତରମାନେ କ୍ରାଇମବ୍ରାଞ୍ଚର ୪ଜଣିଆ ଟିମ୍‌କୁ କହିଥିଲେ ଯେ, ଏସିଏଫ୍ ସୌମ୍ୟରଞ୍ଜନଙ୍କୁ ଚିକିତ୍ସାଳୟକୁ ଆଣିବା ସମୟରେ ପ୍ରାୟ ୯୦ରୁ୯୫ ଭାଗ ଶରୀର ପୋଡି ଯାଇଥିଲା । ଧିରେ ଧିରେ ସ୍ୱାସ୍ଥ୍ୟ ଅବସ୍ଥା ସ୍ୱାଭାବିକ ହୋଇଥିଲା । ତା’ପରେ ମୃତ୍ୟୁକାଳୀନ ଜମାନବନ୍ଦି ନିଆଯାଇଥିଲା । ଏହି ମୃତ୍ୟୁକାଳୀନ ଜମାନବନ୍ଦୀ ନେବା ସମୟରେ ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ଏବଂ ଡାକ୍ତରହିଁ ଉପସ୍ଥିତ ଥିଲେ ବୋଲି କ୍ରାଇମବ୍ରାଞ୍ଚକୁ ଜଣାଇଥିବାର ଜଣାଯାଇଛି । ତେବେ ଗୋଟିଏ ରୋଗୀଙ୍କୁ ଦୁଇଟି ଡାକ୍ତର ଚିକିତ୍ସା କରିବା ପ୍ରଶ୍ନରେ ଡାକ୍ତର ଜଣକ ଉତ୍ତରରେ କହିଥିଲେ ଯେ, ରାତ୍ର ୧୦ଘଣ୍ଟା ପର୍ଯ୍ୟନ୍ତ ହିଁ ଡିୟୁଟି ଥିଲା ପରେ ଅନ୍ୟ ଡାକ୍ତର ଆସି ତାଙ୍କୁ ରେଫର କରିଛନ୍ତି କହି ଥିବାର ଜଣାପଡିଚି । ଏହାପରେ କ୍ରାଇମ୍ ବ୍ରାଞ୍ଚ ଟିମ୍ ଅପରାହ୍ନରେ ଦ୍ୱିତୀୟ ପର୍ଯ୍ୟାୟରେ ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀଙ୍କୁ ତହସିଲ କାର୍ଯ୍ୟଳୟ ପରିସରରେ ପଚରାଉଚରା କରିଥିବାର ଜଣାପଡିଛି । କ୍ରାଇମବ୍ରାଞ୍ଚ ଡିଏସ୍‌ପି ଜ୍ଞାନରଂଜନ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆଜି ଚିକିତ୍ସା କରିଥିବା ଡାକ୍ତର ଓ ତହସିଲଦାରଙ୍କୁ ପଚରା ଉଚରା କରାଯାଇଛି । ଅନ୍ୟପକ୍ଷରେ ମୃତ୍ୟୁକାଳୀନ ଜମାନବନ୍ଦୀ ନେବା ସମୟରେ ଭିଡିଓଗ୍ରାଫି କରାଯାଇଛିକି ନାହିଁ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ, ମୃତ୍ୟୁକାଳୀନ ଜମାନବନ୍ଦୀ ନେବା ସମୟରେ ଭିଡିଓଗ୍ରାଫି ଆମ ପାଖରେ ହସ୍ତଗତ ହୋଇନାହିଁ । ଯଦି ଭିଡିଓଗ୍ରାଫି କରାଯାଇଥିବା ତେବେ ତାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରାଯିବ । ଯଦି ହୋଇନାହିଁ ତାର ଖୋଳତାଡ କରାଯିବ । ତତ୍ ସହିତ ଏହି ମାମଲାରେ ଯିଏଥାଉନା କାହିଁକି ଯଦି ତଦନ୍ତ ପରିସରକୁ ଆସିବେ ତେବେ ନିଶ୍ଚିତ ଭାବେ ତାଙ୍କୁ ଜେରା ବା ପଚରାଉଚରା କରାଯିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ