କୋଣାର୍କ ଅବକାରୀ ଥାନାରେ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କଲେ ନୂତନ ମହିଳା ଅଧିକାରିଣୀ
କୋଣାର୍କ, (ଗଣେଶ ବେହେରା):କୋଣାର୍କ ଅବକାରୀ ଥାନା କୁ ସଶକ୍ତ କରି ବା ଲକ୍ଷ୍ୟ ନେଇ କୋଣାର୍କ ଅବକାରୀ ଥାନା ର ଅଧିକାରୀ ଶ୍ରୀ ଲଷ୍ମୀଧର ପ୍ରଧାନ ଙ୍କୁ କୋଣାର୍କ ରୁ ବଦଳି କରାଯାଇଥିବା ଜଣାପଡିଛି । ଗଂଜାମ ଜିଲ୍ଲା ର ଆସ୍କା ଅଵକାରୀ ଥାନାର ଥିବା ଅଧିକାରିଣୀ ଶ୍ରୀମତୀ ସ୍ମିତା ପଣ୍ଡା ଙ୍କୁ କୋଣାର୍କ ଅବକାରୀ ଥାନାକୁ ବଦଳି କରାଯାଇଥିଲା ବେଳେ ପୂର୍ବରୁ ଥିବା ଅଧିରକାରୀ ଶ୍ରୀ ପ୍ରଧାନ ଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।ଆଜି ଅପରାହ୍ଣ ରେ କୋଣାର୍କ ଅବକାରୀ ଥାନାରେ ଶ୍ରୀମତୀ ପଣ୍ଡା କାର୍ଯ୍ୟଭାର ଗ୍ରହଣ କରିଥିବା ଜଣାପଡ଼ିଛି । ଶ୍ରୀମତୀ ପଣ୍ଡା ଆସ୍କା ଅଂଚଳରେ ଚୋର ମଦବ୍ୟବସାୟୀ ଙ୍କୁ ସାବାଡ଼ କରି ସଫଳତା ସହିତ କାର୍ଯ୍ୟ କରିଥିବା ଜଣାପଡ଼ିଛି ।କୋଣାର୍କ ଅଂଚଳରୁ ଚୋର ନିଶା କାରବାର କୁ ବନ୍ଦ କରିବା ସହିତ ଧଳା ଜହର( ବ୍ରାଉନ ସୁଗାର) ବିକ୍ରି କୁ ବନ୍ଦ କରିବା ସହିତ କିଙ୍ଗପିନ୍ କୁ ଧରିବାକୁ ସେ ପ୍ରାଥମିକତା ଦେବେ ବୋଲି ସେ ତାଙ୍କ ପ୍ରଥମ ଦିନକାର୍ଯ୍ୟ ଭାର ଗ୍ରହଣ ସମୟରେ କହିଥିଲେ ।


