ଏସ ଏସ ଭି ଏମ ଫୁଲବାଣୀର ରେକର୍ଡ ବ୍ରେକ ମାଟ୍ରିକ ଫଳାଫଳ
ଫୁଲବାଣୀ, (ସୁନିଲ ବେହେରା) :-ପ୍ରତୀକ୍ଷାର ଫଳ ସର୍ବଦା ମଧୁର ହୋଇଥାଏ । ଅଧୁନା ସମସ୍ତ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଫଳାଫଳ ହାସଲ କରିବା ନିମନ୍ତେ ପ୍ରତୀକ୍ଷାରତ ଥିବାବେଳେ ଆଜି ସେହି ପ୍ରତୀକ୍ଷାର ଅନ୍ତ ଘଟି ମାଟ୍ରିକ ପରୀକ୍ଷା ଫଳା ଫଳ ବାହାରିଛି । ସମ୍ପୃକ୍ତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀର ମାଟ୍ରିକ ପରୀକ୍ଷା ଫଳା ଫଳ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକ ଅଭିଭାବିକା ହୃଦୟରେ ଆଣି ଦେଇଛି ଏକ ଅପୂର୍ବ ଉନ୍ମାଦନା।ଏହି ବିଦ୍ୟାଳୟ୧୦୦% ପରୀକ୍ଷା ଫଳାଫଳ ସମସ୍ତ ଜନମାନସରେ ଭରି ଦେଇଛି ଆନନ୍ଦର ଲହରୀ । ମୋଟ ୯୦ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ଏ୧- ରେ ୬ ଜଣ, ଏ୨-ରେ ୨୩ଜଣ,ବି୧-ରେ ୩୩ ଜଣ,ବି୨-ରେ ୨୩ଜଣ,ସି-ରେ୫ ଜଣ କୃତିତ୍ୱ ହାସଲ କରିଛନ୍ତି । ତନ୍ମଧ୍ୟରୁ ସୁଶ୍ରୀ ଶ୍ରାବଣୀ ଦାଶ ସର୍ବୋଚ୍ଚ ୫୭୮ ରଖିଥିବା ବେଳେ ସୁଶ୍ରୀ କଲ୍ୟାଣି ୫୬୨,ଶ୍ରୀମାନ ଅଜୟ ବେହେରା ୫୬୦,ସୁଶ୍ରୀ ସନ୍ତୋଷି ସାହୁ ୫୫୪, ସୁଶ୍ରୀ ସୁପ୍ରିୟା ପଟ୍ଟନାୟକ ୫୪୯ ଏବଂ ଶ୍ରୀମାନ ରିଷଭ ପାତ୍ର୫୪୧ ନମ୍ବର ରଖି କୃତିତ୍ବ ହାସଲ କରିଛନ୍ତି ବିଷୟାସା ଆଚାର୍ଯ୍ୟ ଆଚାର୍ଯ୍ୟା ପରିଚାଳନା କମିଟିର ସମସ୍ତ କାର୍ଯ୍ୟକର୍ତା ଅଭିଭାବକ ଅଭିଭାବିକାଙ୍କ ବରିଷ୍ଠ ନେତୃତ୍ୱ ଓ ଅବଦାନ ବାସ୍ତବିକ ଶତ ପ୍ରତିଶତ ପରୀକ୍ଷା ଫଳର ଅବିଛେଦ୍ୟ ଶ୍ରେୟ କହିଲେ ଅତ୍ୟୁକ୍ତି ହେବନାହିଁ । ଛାତ୍ରଛାତ୍ରୀଙ୍କ ସଫଳତାକୁ ନେଇ ପ୍ରଧାନାଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢୀ ପରିଚାଳନା କମିଟିର ସଭାପତି ହରିଶ୍ଚନ୍ଦ୍ର ମହାରଣା,ଉପ ସଭାପତି ଚିତ୍ତରଞ୍ଜନ ମିଶ୍ର ଓ ସମ୍ପାଦକ ବିରଞ୍ଚି ନାରାୟଣ ମିଶ୍ରଙ୍କ ସମେତ ସମସ୍ତ ପରିଚାଳନା କମିଟିର ସଦସ୍ୟମାନେ ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ଆଶୀର୍ବାଦ ପୂର୍ବକ ସେମାନଙ୍କର ଉତ୍ତରତର ଉର୍ଣ୍ଣତି କାମନା କରିଛନ୍ତି ।


