ଏ  ଇ  ପି ଏସ  ସେବାରେ ବ୍ରହ୍ଣପୁର ଡାକ ମଣ୍ଡଳର ନୂଆ ରେକର୍ଡ; ଏଗାର ହଜାର ରୁ  ଉର୍ଦ୍ଧ ଲୋକଙ୍କୁ ଦ୍ୱାର ପାଖରେ ଗୋଟିଏ  ଦିନରେ  ବ୍ୟାଙ୍କିଙ୍ଗ  ସେବା

ଛତ୍ରପୁର, (ଦେବଦତ୍ତ ମହାରଣା): କୋଭିଡି- 19 ମହାମାରି  ଭଳି ଦୂରଦିନ ରେ  ଡାକ  ବିଭାଗ   ଲୋକଙ୍କୁ  ଚିଠି ପତ୍ର, ମେଡ଼ିସିନ ପ୍ରଭୃତି ଯୋଗାଇବା,  ରିଲିଫ  ବାଣ୍ଟିବା  ପାଇଁ,  ଘର  ପାଖରେ ପେନସନ,  ବାର୍ଦ୍ଧକ୍ୟ ଭତ୍ତା , ବିକଳାଙ୍ଗ ଭତ୍ତା ,  ଏମଜିଏନ ଆରଇ  ଜି ଏସ  ପାରିଶ୍ରମିକ ପ୍ରଭୃତି  କୁ  ପେମେଂଟ  କରିଆସୁଥିବା  ବେଳେ  ବ୍ରହ୍ମପୁର ଡାକ ମଣ୍ଡଳ  ର  ବରିଷ୍ଠ  ଡାକ ଅଧିକ୍ଷକ   ଦାୟିତ୍ୱ  ଗ୍ରହଣ  କରିବା  ତାରିଣୀ ଚରଣ ପାଢ଼ୀଙ୍କ  ଆହ୍ୱାନ କ୍ରମେ ବ୍ରହ୍ମପୁର  ଡାକମଣ୍ଡଳ  ର  ସହକାରୀ  ଡାକ  ଅଧିକ୍ଷକ  ଚକ୍ର ଧର ନାୟକ, ମନୋଜ କୁମାର ବେହେରା,ବିଜୟ କୁମାର ସାହୁ, କିରଣ ମାଳା ପଣ୍ଡା, ଇନିସପେକ୍ଟର  ଜୁସ୍ମଦ  କୁମାର  ଜେନା,ଗଙ୍ଗା ନାରାୟଣ ମହାଲିକ, ଡାକ ସହାୟକ  ରାମ ଜୟ ରାମ ମହାପାତ୍ର, ଓଭରସିୟର  ନଳିନୀକାନ୍ତ କର,, ଯୁଧିଷ୍ଠିର ବିଷୋଇ, ରଜନୀ ପାଢ଼ୀ, ପ୍ରକାଶ  ପଲାଇ, ଡାଳରତନ  ବେହେରl, ନରେନ୍ଦ୍ର  ଡାଙ୍ଗ,   ରାମ  ଚନ୍ଦ୍ର  ପଣ୍ଡl,ଗlଙ୍ଗୟା ବାବୁ, ପ୍ରଭୃତି ଙ୍କ ତତ୍ୱାବଧାନ ରେ  ଆଜି  ବ୍ରହ୍ମପୁର  ଡାକ ମଣ୍ଡଳ  ଗୋଟିଏ ଦିନରେ  ବିଭାଗୀୟ କର୍ମଚାରୀ  ଓ  ଗ୍ରାମୀଣ  ଡାକ  ସେବକ(ବି ପି ଏମ /ଏ  ବି ପି ଏ ମ )ଙ୍କ ଅକ୍ଲାନ୍ତ ପ ରିଶ୍ରମ  ଦ୍ୱାରା  ଗୋଟିଏ ଦିନରେ  ବ୍ରହ୍ମପୁର  ଡାକ ମଣ୍ଡଳ  ଇଣ୍ଡିଆ ପୋଷ୍ଟ  ପେମେଂଟ  ବ୍ୟାଙ୍କ  ର ଏ  ଇ  ପି  ଏସ  ସେବା  ଦ୍ୱାରା ପ୍ରାୟ  ଏଗାର  ହଜାର ରୁ  ଉର୍ଦ୍ଧ ସଂଖ୍ୟକ ଏ ଇ ପି ଏସ  ଟ୍ରାନିଜିସନ କରିବା  ସହ  ଦୁଆର  ପାଖରେ ବିଭିନ  ବ୍ୟlଙ୍କ ରୁ  ଏକ କୋଟି  ରୁ  ଉର୍ଦ୍ଧ ଟଙ୍କା  ଟ୍ରାଞ୍ଜିସନ  କରି ନୂତନ  ରେକଡ  କରିଛି l ବ୍ରହ୍ମ ପୁର  ଡାକ ମଣ୍ଡଳ  ର  ବରିଷ୍ଠ  ଡାକ  ଅଧିକ୍ଷକ  ଦାୟିତ୍ୱ  ଗ୍ରହଣ କରିବାର  ମାତ୍ର  କେଇଟା  ଦିନରେ  ଶ୍ରୀ  ପାଢ଼ୀ  ନିଜସ୍ୱ  କାର୍ଯ୍ୟ  ଦକ୍ଷତା  ଦ୍ୱାରା  ବ୍ରହ୍ମପୁର ଡାକ ମଣ୍ଡଳ ଏହି  ଅଦ୍ଭୁତପୂର୍ବ  ସଫଳତା  ପାଇବା ପରେ   ଡାକ  ଘର  ଓ  ଇଣ୍ଡିଆ ପୋଷ୍ଟ  ପେମେଂଟ  ବ୍ୟାଙ୍କ  ଆର୍ଥିକ  କାରବାର  ସକାଶେ ସବୁଠାରୁ ନିର୍ଭର ଯୋଗ୍ୟ  ଓ  ଅଦ୍ବିତିୟ ସଂସ୍ଥା ରୁପେ   ବ୍ରହ୍ମପୁର ଅଂଚଳ ରେ ଜନମା ନସ ରେ  ପ୍ରତିୟମାନ  ହୋଇ ପାରିଛି lଏହି  ସଫଳତା  ପାଇଁ ବ୍ରହ୍ମପୁର  ଆଇପିପିବି  ବ୍ରାଞ୍ଚ ସିନିୟର  ମ୍ୟାନେଜର  ସବୁ ଟିମ କୁ ଧନ୍ୟବାଦ  ଦେଇଥିବା  ବେଳେ ବରିଷ୍ଠ  ଡାକଅଧିକ୍ଷକ  ଶ୍ରୀ  ପାଢ଼ୀ  ଉଭୟ  କର୍ମଚାରୀ  ଓ  ଗ୍ରାହକଙ୍କ ଠାରେ  କୃତଜ୍ଞତା  ପ୍ରକାଶ  କରିବା  ସହ  ଡାକ ଘରେ  ଉପଲବ୍ଧ   ସୁକନ୍ୟା  ସମୃଦ୍ଧି   , ପିପିଏଫ,  ଏସ ବି,  ଆର ଡି,  ଟି ଡି,  ଏସ ସି ସି  ଏସ,  ଏମ  ଆଇ ଏସ, କେ  ଭି ପି, ଏନ ଏସ ସି, ଡାକ ଜୀବନ ବୀମା, ଗ୍ରାମୀଣ  ଡାକ  ଜୀବନ  ବୀମା,  ଓ ଅନ୍ୟ  ବୀମା  ଯୋଜନା ଗୁଡିକ  ସହ ଅଧିକ  ରୁ  ଅଧିକ  ଲୋକ  ଯୋଡି ହେବାକୁ  ନିବେଦନ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ