ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଳକର ୧୧ ଗୋଟି ପଞ୍ଚାୟତର ସମିତି ସଭ୍ୟ ଓ ୧୦ ଟି ପଞ୍ଚାୟତର ସରପଞ୍ଚ ମାନଙ୍କୁ ପଞ୍ଚାୟତରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ଳକ ପ୍ରଶାସନ ପକ୍ଷରୁ ସହଯୋଗ କରାଯାଉନଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ପରିପ୍ରେକ୍ଷିରେ ଆଜି ଦଳ ପକ୍ଷରୁ ବ୍ଳକ୍ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ବିଜେପିର ବହୁ ନେତା ଓ କର୍ମୀ ବ୍ଳକ୍ କାର୍ଯ୍ୟାଳୟ ଭିତରକୁ ଧସେଇ ପସିବା ସହ ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ପଞ୍ଚାୟତ ଏବଂ ବ୍ଳକ ସ୍ତରୀୟ ଅଧିକାରୀ ମାନେ ଭତ୍ତା ଓ ସରକାରୀ ଗୃହ ସହାୟତା ପ୍ରଦାନ କରିବା ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେଉଥିବା ଅଭିଯୋଗ କରି ଧାରଣା ଦେଇଥିଲେ। ବ୍ଳକର ଡୁମାକୁମ୍ପା, ବଡ଼କୋଦଣ୍ଡା, ସାନକୋଦଣ୍ଡା, ଗୁଣ୍ଡୁରୀବାଡ଼ି, ଦଦରାଲୁଣ୍ଡା, ବାଉଁଶଲୁଣ୍ଡି, ଢ଼ିହପଢାଳ,ଗୋଲାପଡା, ତୁରୁମୁ ଓ ତିଳିସିଙ୍ଗ ପଞ୍ଚାୟତର ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କୁ ଅଣଦେଖା କରିବା ସହ ବିଜେପି ନେତାଙ୍କୁ ବିରୋଧ କରାଯାଉଥିବା ଅଭିଯୋଗ କରିଥିାଲେ। ବିଜେପି ପକ୍ଷରୁ ବ୍ଳକ୍ କାର୍ଯ୍ୟାଳୟ ପରିସରରେ ରୋଷେଇ କରି ଅହୋରାତ୍ର ଧାରଣା ଦେବା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ପୁଲିସ୍ ବୁଝାଶୁଝା କରିବା ପରେ ରୋଷେଇ କାର୍ଯ୍ୟ ବାହାର କରାଯାଇଥିଲାl ଏହାପରେ ଉପଜିଲ୍ଲାପାଳ ଶ୍ରୀ ରାୟ ଏକ ମାସ ମଧ୍ୟରେ ସମସ୍ତଙ୍କୁ ଭତ୍ତା ପ୍ରଦାନ ଦିଗରେ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେବା ପରେ ନେତା ଓ କର୍ମୀ ମାନେ ଅନ୍ଦୋଳନରୁ ଓହରି ଥିଲେ। ଏଥିରେ ବରିଷ୍ଠ ବିଜେପି ନେତା ପ୍ରଦ୍ୟୁମ୍ନ ନାୟକ,ବିନାୟକ ତ୍ରିପାଠୀ, ଘୁମୁସର ଜିଲ୍ଲା ବିଜେପି ଉପସଭାପତି ଅଯୋଧ୍ୟାନାଥ ମହାପାତ୍ର,ସନ୍ତୋଷ ତିଆଡି,ନୀଳମାଧବ ପାତ୍ର,ସୁବାଷ ବରାଡ,ଉଦ୍ଧବ ମିଶ୍ର,ଲକ୍ଷ୍ମଣ ନାୟକ,ହୃଷିକେଶ ପ୍ରଧାନ,ରବିନ୍ଦ୍ର ଗୌଡଙ୍କ ସମତେ ବିଜେପି ସର୍ମଥିତ ସରପଞ୍ଚ,ସମିତିସଭ୍ୟ ବହୁ କର୍ମୀ ସାମିଲ ହୋଇଥିଲେ।


