ଓଡ଼ିଆ ସାହିତ୍ୟ ଜଗତର ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡ଼ାର ପ୍ରସିଦ୍ଧ କାଷ୍ଠ କୋଣାର୍କ ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିର ପରିସରରେ ପବିତ୍ର ଶ୍ରୀପଞ୍ଚମୀ ଦିନ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରମୋଦ ଚନ୍ଦ୍ର ପାଢ଼ୀ ଅଧ୍ୟକ୍ଷତା କରିଥିବା ବେଳେ ମହନ୍ତ ଭକ୍ତରାମ ଦାସ ଅତିଥି ଭାବେ ଯୋଗଦେଇ ମନ୍ଦିର ପରିସରରେ ଥିବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଗଞ୍ଜାମ ମାଟିର ଘୁମୁସର ଭଞ୍ଜ ରାଜବଂଶର ଏହି ବରପୁତ୍ରଙ୍କ ଦ୍ଵାରା ଆମେ ଓଡ଼ିଶା ଦରବାରରେ ପରିଚିତ ହୋଇ ପାରିଛେ। ଓଡ଼ିଆ ସାହିତ୍ୟ ଜଗତରେ ଉପେନ୍ଦ୍ର ଭଞ୍ଜ କବି ଭାବେ କାଳିଦାସଙ୍କ ସହ ଆଲୋଚକ ମାନଙ୍କ ଦ୍ଵାରା ଏହି ମତ ପ୍ରକାଶ ପାଇଥିଲା। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ମିଶ୍ର, ସାହିତ୍ୟିକ ଅନନ୍ତ କର, ଶଙ୍କୁଲାୟୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ କୃତିବାସ ପଟ୍ଟନାୟକ, ନୀୟୁ ଏରା ପବ୍ଲିକ ସ୍କୁଲ ର ଶିକ୍ଷକ ବୈଷ୍ଣବ ଚରଣ ଦାଶ, ନାରାୟଣ ଗନ୍ତାୟତ, ଉମାକାନ୍ତ ଦାଶ, କୃଷ୍ଣଚନ୍ଦ୍ର ଦାଶ, ପ୍ରମୁଖ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ