କୂଅରେ ପଡି ବିବାହିତ ମହିଳାଙ୍କ ମୃତ୍ୟୁ

ବୁଗୁଡା ,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ବୁବୁଡ଼ା ବ୍ଲକ ଅନ୍ତର୍ଗତ ତାକରଡ଼ା ଗ୍ରାମ ପଞ୍ଚାୟତର ଡେଙ୍ଗାବାଡି କଲୋନୀର ଜଣେ ୩୭ ବର୍ଷୀୟା ବିବାହିତ ମହିଳା ଫେବୃୟାରୀ ୧୭ ତାରିଖ ଦିନ କୂଅରେ ପଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଡେଙ୍ଗାବାଡି କଲୋନୀର ଦୁଃଖିଶ୍ୟାମ ସେନାପତିଙ୍କ ପତ୍ନୀ ନିରୂପମା ସେନାପତି (୩୭) ନିଜ ଗ୍ରାମର କୂଅରୁ ପାଣି ବାହାର କରୁଥିବା ବେଳେ ଗୋଡ଼ ଖସିଯିବା ଯୋଗୁଁ କୂଅରେ ପଡି ପାଣିରେ ବୁଡ଼ି ଯାଇଥିଲେ। ଖବର ପାଇ ବୁଗୁଡା ଦମକଳ ବାହିନୀ ଯାଇ ଉଦ୍ଧାର କରି ବୁଗୁଡା ମେଡ଼ିକାଲକୁ ଆଣିଥିଲେ। ଡାକ୍ତର ସାର୍ଥକ ସଂକେତ ବିଶ୍ୱାଳ ପରୀକ୍ଷା କରି ନିରୂପମାଙ୍କୁ ମୃତ୍ୟୁ ଘୋଷଣା କରିବା ସହ ବୁଗୁଡା ଥାନାକୁ ଅବଗତ କରାଇଥିଲେ। ବୁଗୁଡା ପୋଲିସ ମୃତ୍ୟୁ ଶରୀର ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି। ସ୍ବର୍ଗତ ଶ୍ରୀମତୀ ସେନାପତିଙ୍କ ଏକ ୨୦ ବର୍ଷର ପୁତ୍ର ଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ