ଓଡ଼ିଶାକୁ ମୋଦିଙ୍କ ପ୍ରଶଂସା

ଭୁବନେଶ୍ୱର: ଆଜି ମନ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାକୁ ପ୍ରଶଂସା କରିଛନ୍ତି । ଓଡ଼ିଶା ସହ ପଶ୍ଚିମବଙ୍ଗର ଲୋକଙ୍କୁ ମଧ୍ୟ ମୋଦୀ ପ୍ରଶଂସା କରିଛନ୍ତି । ସାହସର ସହ ଅମ୍ପନ ମୁକାବିଲା କରିଥିବାରୁ ମୋଦୀ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ, ଅମ୍ପନ ପାଇଁ ୨ ରାଜ୍ୟରେ ବ୍ୟାପକ କ୍ଷତି ହୋଇଛି । କିନ୍ତୁ ଓଡ଼ିଶା ଓ ପଶ୍ଚିମବଙ୍ଗବାସୀ ସାହସର ସହ ମୁକାବିଲା କରିଛନ୍ତି ବୋଲି ମୋଦୀ କହିଛନ୍ତି ।
ଗତ ୨୧ ତାରିଖ ଦିନ ମଧ୍ୟ ବାତ୍ୟା ଅମ୍ପନର ସଫଳ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଥିଲେ । ଏନେଇ ମୋଦୀ ଟ୍ୱିଟ କରିଥିଲେ ଯେ, ରାଜ୍ୟ ସରକାର ସାହସିକତାର ସହ ବାତ୍ୟା ଅମ୍ପନକୁ ମୁକାବିଲା କଲେ । ରାଜ୍ୟବାସୀଙ୍କ ସହ ମୋର ସମବେଦନା ଅଛି । ପୀଡ଼ିତଙ୍କୁ ସମସ୍ତ ସହଯୋଗ ଦେବାକୁ ଅଧିକାରୀମାନେ କାର୍ୟ୍ୟରତ ଅଛନ୍ତି । ତୁରନ୍ତ ଅବସ୍ଥା ସ୍ୱାଭାବିକ ହୋଇଯିବ ବୋଲି ମୁଁ ପ୍ରାର୍ଥନା କରୁଛି ବୋଲି ମୋଦୀ ଟ୍ୱିଟ କରିଥିଲେ । ତେବେ ଏହା ପ୍ରଥମ ଥର ନୁହେଁ ଯେ, ଓଡ଼ିଶା ସରକାର ବାତ୍ୟାର ସଫଳ ମୁକାବିଲା କରିଛନ୍ତି । ସେହିପରି ଏହା ପ୍ରଥମ ଥର ନୁହେଁ ଯେ, ବାତ୍ୟାର ସଫଳ ମୁକାବିଲା ପାଇଁ ମୋଦୀ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ପୂର୍ବରୁ ଫାଇଲିନ, ଫୋନି, ହୁଡହୁଡ ଭଳି ବାତ୍ୟାକୁ ରାଜ୍ୟ ସରକାର ସଫଳତାର ସହ ମୁକାବିଲା କରିଛନ୍ତି । ଯେଉଁଥିପାଇଁ ମୋଦୀ ପୂର୍ବରୁ ମଧ୍ୟ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ବାତ୍ୟା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର ଅନ୍ୟମାନଙ୍କ ପାଇଁ ରୋଲମୋଡେଲ ସାଜିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ