କୋଭିଡ ମୁକାବିଲା ଲାଗି ଜୁନ ପହିଲା ଲାଗୁ ହେବ ନୂଆ ଗାଇଡଲାଇନ

ନୂଆଦିଲ୍ଲୀ : କୋଭିଡ-୧୯ ମୁକାବିଲା ଲାଗି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଜି ନୂଆ ଗାଇଡଲାଇନ ଜାରି କରାଯାଇଛି । ଏଥିସହିତ କଣ୍ଟେନମେଣ୍ଟ ଜୋନ ବାହାରେ ଅନ୍ୟାନ୍ୟ କାର୍ଯ୍ୟକଳାପକୁ ପର୍ଯ୍ୟୟକ୍ରମେ ଅନୁମତି ଦିଆଯିବାକୁ ଏଥିରେ ଉଲ୍ଲେଖ କରାଯାଇଛି। ଏହି ଗାଇଡଲାଇନ ଜୁନ ପହିଲା, ୨୦୨୦ରୁ ଲାଗୁ ହେବ ଏବଂ ୩୦ ଜୁନ, ୨୦୨୦ ପର୍ଯ୍ୟନ୍ତ ବଳବତ୍ତର ରହିବ । ପୁଣିଥରେ ଅନ୍ୟାନ୍ୟ କାର୍ଯ୍ୟକଳାପ ଚାଲୁ କରିବାକୁ ଅନୁମତି ଦେବାର ବର୍ତ୍ତମାନର ପର୍ଯ୍ୟୟ, ଅନଲକ ୧ରେ ଅର୍ଥନୀତି ଉପରେ ଗୁରୁତ୍ବାରୋପ କରାଯିବ। ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ସହିତ ବ୍ୟାପକ ବିଚାରବିମର୍ଷ ଆଧାରରେ ନୂଆ ଗାଇଡଲାଇନ ଜାରି କରାଯାଇଛି। ମାର୍ଚ୍ଚ ୨୪, ୨୦୨୦ ଠାରୁ ଦେଶବ୍ୟାପୀ କଠୋର ଲକଡାଉନ ଲାଗୁ କରାଯାଇଛି। ଅତ୍ୟାବଶ୍ୟକ କାର୍ଯ୍ୟକଳାପକୁ ବାଦ ଦେଲେ ଅନ୍ୟ ସମସ୍ତ କାର୍ଯ୍ୟକଳାପକୁ ନିଷିଦ୍ଧ କରାଯାଇଛି। ତେବେ ପର୍ଯ୍ୟୟକ୍ରମେ କୋଭିଡ-୧୯ ସଂକ୍ରମଣକୁ ଅବରୋଧ କରିବାର ବ୍ୟାପକ ଉଦ୍ଦେଶ୍ୟକୁ ଆଖି ଆଗରେ ରଖି ଲକଡାଉନ ପଦକ୍ଷେପକୁ କୋହଳ କରାଯାଇଛି । ନୂଆ ଗାଇଡଲାଇନର ବିଶେଷତ୍ବ, କଣ୍ଟେନମେଣ୍ଟ ଜୋନଗୁଡ଼ିକରେ ଲକଡାଉନକୁ କଠୋର ଭାବେ ଲାଗୁ କରାଯିବ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡଲାଇନକୁ ପାଳନ କରି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ଦ୍ବାରା ଏହି ଅଞ୍ଚଳକୁ ଚିହ୍ନଟ କରାଯିବ । କଣ୍ଟେନମେଣ୍ଟ ଜୋନରେ କଠୋର ପରିସୀମା ନିୟନ୍ତ୍ରଣ ବଜାୟ ରଖାଯିବ ଏବଂ କେବଳ ଜରୁରି କାର୍ଯ୍ୟକଳାପକୁ ଅନୁମତି ମିଳିବ। ତେବେ କଣ୍ଟେନମେଣ୍ଟ ଜୋନ ବାହାରେ ପୂର୍ବରୁ ଯେଉଁ କାର୍ଯ୍ୟକଳାପଗୁଡ଼ିକ ନିଷିଦ୍ଧ ଥିଲା ସେଗୁଡ଼ିକ ପର୍ଯ୍ୟୟକ୍ରମେ ଆରମ୍ଭ କରାଯିବ। ତେବେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୁପାରିସ ଅନୁଯାୟୀ ଏସବୁ ସ୍ଥାନରେ ମାନକ ପରିଚାଳନା ପ୍ରକ୍ରିୟା (ଏସଓପି) ପାଳନ କରାଯିବ। ପର୍ଯ୍ୟୟ ଓ (ଜୁନ ୮, ୨୦୨୦ରୁ ଖୋଲିବାକୁ ମିଳିବ ଅନୁମତି, ଧାର୍ମିକ ସ୍ଥଳୀ ଏବଂ ଜନସାଧାରଣଙ୍କ ପୂଜାସ୍ଥଳୀ, ହୋଟେଲ, ରେସ୍ତୋରାଁ ଏବଂ ଅନ୍ୟ ଆତିଥେୟ ସେବା ଏବଂ ସପିଂ ମଲ । କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ସାମାଜିକ ଦୂରତା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ମନ୍ତ୍ରଣାଳୟ, ବିଭାଗ ଏବଂ ସମ୍ପୃକ୍ତ ଅଂଶୀଦାରଙ୍କ ସହିତ ଆଲୋଚନା କରାଯାଇ ଉପରୋକ୍ତ କାର‌୍ୟ୍ୟକଳାପ ନିମନ୍ତେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏସଓପି ଜାରି କରାଯିବ । ପର୍ଯ୍ୟୟ ସ୍କୁଲ, କଲେଜ, ଶିକ୍ଷା/ତାଲିମ/କୋଚିଂ ସଂସ୍ଥାନ ଆଦି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ପରେ ଖୋଲାଯିବ । ଶିକ୍ଷାନୁଷ୍ଠାନ ସ୍ତରରେ ଅଭିଭାବକ ଓ ଅଂଶୀଦାରମାନଙ୍କ ସହିତ ବିଚାରବିମର୍ଷ ଜାରି ରଖିବା ନିମନ୍ତେ ରାଜ୍ୟ ସରକାର/କେନ୍ଦ୍ରଶାସିତ ପ୍ରଦେଶ ପ୍ରଶାସନକୁ ପରାମର୍ଶ ଦିଆଯାଉଛି । ମତାମତ ଆଧାରରେ ଏସବୁ ଅନୁଷ୍ଠାନଗୁଡ଼ିକୁ ଖୋଲିବା ଲାଗି ଜୁଲାଇ, ୨୦୨୦ରେ ନିଷ୍ପତ୍ତି ନିଆଯିବ । ଏସବୁ ଅନୁଷ୍ଠାନ ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏସଓପି ପ୍ରସ୍ତୁତ କରାଯିବ। ସୀମିତ ସଂଖ୍ୟକ କାର୍ଯ୍ୟକଳାପ ଦେଶବ୍ୟାପୀ ନିଷିଦ୍ଧ ରହିବ, ଅନ୍ତର୍ଜାତୀୟ ବିମାନ ଯାତ୍ରା, ମେଟ୍ରୋ ରେଳ ଚଳାଚଳ, ସିନେମା ହଲ, ଜିମ୍ନାସିୟମ, ସ୍ବିମିଂ ପୁଲ, ଆମୋଦପ୍ରମୋଦ ଉଦ୍ୟାନ, ଥିଏଟର, ବାର ଓ ଅଡିଟୋରିୟମ, ସଭାଗୃହ ଏବଂ ଏଭଳି ସ୍ଥାନ ଏବଂ ସାମାଜିକ/ରାଜନୈତିକ/କ୍ରୀଡ଼ା/ମନୋରଞ୍ଜନ/ଶିକ୍ଷା/ସାଂସ୍କୃତିକ/ଧାର୍ମିକ କାର୍ଯ୍ୟକ୍ରମ ଏବଂ ଅନ୍ୟ ବିଶାଳ ସମାବେଶ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଉପରୋକ୍ତ କାର୍ଯ୍ୟକଳାପ ଖୋଲିବା ପାଇଁ ତାରିଖ ସମ୍ପର୍କରେ ପର୍ଯ୍ୟୟ ର ନିଷ୍ପତ୍ତି ନିଆଯିବ। ଜନସାଧାରଣ ଏବଂ ସାମଗ୍ରୀର ବାଧାମୁକ୍ତ ଯାତାୟାତ, ଜନସାଧାରଣ ଏବଂ ସାମଗ୍ରୀର ଆନ୍ତଃରାଜ୍ୟ ଏବଂ ରାଜ୍ୟ ଭିତରେ ଯାତାୟାତ ଓ ପରିବହନ ଲାଗି କୌଣସି କଟକଣା ରହିବ ନାହିଁ। ଏପରି ପରିବହନ ଲାଗି କୌଣସି ପୃତକ ଅନୁମତି/ଅନୁମୋଦନ/ଇ-ପରମିଟ ଆବଶ୍ୟକ ହେବ ନାହିଁ।
ତେବେ, ଯଦି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ସେମାନଙ୍କ ଜନସ୍ବାସ୍ଥ୍ୟ କାରଣ ଏବଂ ପରିସ୍ଥିତିର ଆକଳନକୁ ଦେଖି ଲୋକମାନଙ୍କ ଯାତାୟାତକୁ ନିୟନ୍ତ୍ରଣ କରିପାରିବେ। ତେବେ ଏଭଳି କଟକଣା ଜାରି କରାଯିବା ପୂର୍ବରୁ ଏ ସଂକ୍ରାନ୍ତରେ ବ୍ୟାପକ ପ୍ରଚାର ପ୍ରସାର କରାଯିବା ସହିତ ତତସଂକ୍ରାନ୍ତ କଟକଣାକୁ ପାଳନ କରାଯିବା ଆବଶ୍ୟକ। ତେବେ ଜନସାଧାରଣ ଏବଂ ଅଣଅତ୍ୟାବଶ୍ୟକ କାର୍ଯ୍ୟକଳାପ ନିମନ୍ତେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ । ଅବଶ୍ୟ, କର୍ଫ୍ୟୁର ସମୟକୁ ରାତି ୯ଟାରୁ ଭୋର ୫ଟା କରି ଦିଆଯାଇଛି। ସାମାଜିକ ଦୂରତା ବଜାୟ ରଖିବାକୁ ଦୃଷ୍ଟିରେ ରଖି କୋଭିଡ-୧୯ ପରିଚାଳନା ପାଇଁ ଜାତୀୟ ନିର୍ଦ୍ଦେଶାବଳୀ ସାରା ଦେଶରେ ଜାରି ରହିବ। କଣ୍ଟେନମେଣ୍ଟ ଜୋନ ବାହାରେ କାର୍ଯ୍ୟକଳାପ ସଂକ୍ରାନ୍ତରେ ରାଜ୍ୟଗୁଡ଼ିକ ନିଷ୍ପତ୍ତି ନେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ କଣ୍ଟେନମେଣ୍ଟ ଜୋନ ବାହାରେ ଜରୁରି ହେଲେ କୌଣସି କାର‌୍ୟ୍ୟକଳାପ ଉପରେ କଟକଣା ଜାରି କରିପାରିବେ। ଦୁର୍ବଳ ବ୍ୟକ୍ତିବିଶେଷଙ୍କ ସୁରକ୍ଷା ଅତି ଜରୁରି କିମ୍ବା ସ୍ବାସ୍ଥ୍ୟଗତ କାରଣ ନଥିଲେ ୬୫ ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତିବିଶେଷ, ପୁରୁଣା ରୋଗ ଥିବା ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ବର୍ଷରୁ କମ ବୟସର ଶିଶୁଙ୍କୁ ଘରେ ରହିବା ଲାଗି ପରାମର୍ଶ ଦିଆଯାଉଛି। ଆରୋଗ୍ୟ ସେତୁର ଉପଯୋଗ ଭାରତ ସରକାରଙ୍କ ଦ୍ବାରା ପ୍ରସ୍ତୁତ ଆରୋଗ୍ୟ ସେତୁ ମୋବାଇଲ ଆପ୍ଲିକେସନ ଏକ ଶକ୍ତିଶାଳୀ ମାଧ୍ୟମ ଯାହା କୋଭିଡ-୧୯ ଦ୍ବାରା ସଂକ୍ରମିତ ବ୍ୟକ୍ତିଙ୍କ ଚିହ୍ନଟ ଏବଂ ସଂକ୍ରମିତ ହେବାର ବିପଦ ସମ୍ପର୍କରେ ସଠିକ ସୂଚନା ଦେଇଥାଏ। ତେଣୁ ଏହା ବ୍ୟକ୍ତିଗତ ଏବଂ ସାମୁଦାୟିକ ସ୍ତରରେ ଏକ ରକ୍ଷାକବଚ ଭଳି କାମ କରିଥାଏ। ସୁରକ୍ଷା ସୁନିଶ୍ଚିତ କରିବା ଲାଗି, ଏହାର ପ୍ରୟୋଗକୁ ପ୍ରୋତ୍ସାହିତ କରିବା ଲାଗି କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଉଛି। ଏମଏଚଏ ଗାଇଡଲାଇନ ପାଇଁ ଏଠାରେ କ୍ଲିକ କରନ୍ତୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ