ଓଡ଼ିଶାରେ ଭାରତୀୟ ଜବାନ୍ କିଷାନ୍ ପାର୍ଟି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତରେ ଅବହେଳିତ ସୈନିକ ଓ କୃଷକ ମାନଙ୍କର ସମସ୍ୟାର ସମାଧାନ ପାଇଁ ଗଠିତ ଭାରତୀୟ ଜବାନ୍ କିଷାନ୍ ପାର୍ଟିର ମୁଖ୍ୟ ଆଭିମୁଖ୍ୟକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ରାଜଧାନୀ ଭୁବନେଶ୍ଵରରେ ଅନୁଷ୍ଠିତ ହୋଇଯାଇଛି । ପାର୍ଟିର ଆଭିମୁଖ୍ୟଗୁଡ଼ିକ ଅନ୍ୟମାନଙ୍କ ଆଗରେ ସ୍ପଷ୍ଟ ଭାବରେ ରଖିବା ପାଇଁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପୂର୍ବ ବାୟୁସୈନିକ ବୀରେନ୍ଦ୍ର ଭଟ୍ଟ ଆଜି ଓଡ଼ିଶାକୁ ଆସିଥିଲେ । ଉକ୍ତ ସଭାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପୂର୍ବ ସୈନିକ ଓ କୃଷକ ମାନଙ୍କର ପ୍ରତିନିଧି ଯୋଗ ଦେଇ ଆସନ୍ତା ସାଧାରଣ ନିର୍ବାଚନରେ ରାଜ୍ୟର ସମସ୍ତ ଲୋକସଭା ଏବଂ ବିଧାନ ସଭାର ସମସ୍ତ ଆସନରେ ପ୍ରାର୍ଥୀ ଦେବା ପାଇଁ ସ୍ଥିର କରିଥିଲେ । ସ୍ବାଧୀନତାର ଅମୃତ କାଳ ଅତିକ୍ରମ କଲାବେଳେ ଦେଶର ସୈନିକ ତଥା କୃଷକ ଆଜି ପର୍ଯ୍ୟନ୍ତ ଅବହେଳିତ ହୋଇ ରହିଛି ବୋଲି ସଭାରେ ଉଦବେଗ ପ୍ରକାଶ ପାଇଥିଲା । ଏହି ପୁଞ୍ଜିଭୂତ ଅସନ୍ତୋଷକୁ ଆୟୁଧ କରି ଦଳ ଆଗାମୀ ସାଧାରଣ ନିର୍ବାଚନରେ ଜନସମାଜର ସାମ୍ନା କରିବାକୁ ଯିବ ବୋଲି ଦଳର ରାଷ୍ଟ୍ରୀୟ ସଭାପତି ସ୍ପଷ୍ଟ କରିଥିଲେ । ଏଥିପାଇଁ ଦଳର ପ୍ରତ୍ୟେକ ପ୍ରାର୍ଥୀ ଆଜିଠାରୁ ଘରକୁ ଘର ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିବା ପାଇଁ ସେ ଆହ୍ଵାନ ଦେଇଥିଲେ । ଏହି ଦଳକୁ ଓଡ଼ିଶାରେ ପ୍ରତିଷ୍ଠିତ କରାଇବା ପାଇଁ ଶ୍ରୀଯୁକ୍ତ ପବିତ୍ର କୁମାର ସାମଲଙ୍କୁ ସର୍ଵସମ୍ମତି କ୍ରମେ ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତ କରାଗଲା ଏବଂ ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ବ୍ରିଗେଡିୟର ଅଭିମନ୍ୟୁ ରାଉତ, ସୁବେଦାର୍ ମେଜର ଚନ୍ଦ୍ରମଣି ଦଳାଇ, ହାବିଲଦାର ସମାଇ ମୁର୍ମୁ, କ୍ୟାପଟେନ ଗୁରୁଚରଣ ହେମ୍ବ୍ରମ୍, ଫ୍ଲାଇଙ୍ଗ ଅଧିକାରୀ ଜୟ ନାରାୟଣ ବେହେରା, ସୁବେଦାର୍ ଅରୁଣ କୁମାର ରାଉତ, ଫ୍ଲାଇଙ୍ଗ ଅଧିକାରୀ ବିଷ୍ଣୁଚରଣ ପରିଡ଼ା, ଦାଶରଥି ଷଡ଼ଙ୍ଗୀ, ଅରୁଣ ମହାନ୍ତି, ଦିଲ୍ଲୀପ କୁମାର ବେହେରା, ମାନସ କୁମାର ଶତପଥୀ, ପ୍ରବୋଧ କୁମାର ଦାସ, କୁଲଦୀପ ମହାନ୍ତି, ଦୁର୍ଯ୍ୟୋଧନ ବେହେରା, ରାମଚନ୍ଦ୍ର ପଢ଼ିଆରୀ, କିଶୋର କୁମାର ମେହେର ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ