ଓଡ଼ିଶାର ପ୍ରଥମ ପାଇଲଟ ପ୍ରୋଜେକ୍ଟ ମିଶନ ସୁରଭି(ଡାୟରୀ କ୍ଲଷ୍ଟର) ଗଂଜାମରେ ଉଦଘାଟିତ
ଗଂଜାମ, (ବିନୋଦ ପଲାଇ) :-ଗଂଜାମ ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତର ଶତ୍ରୁସୋଲ ଗ୍ରାମରେ ଓଡ଼ିଶାର ପ୍ରଥମ ପାଇଲେଟ ପ୍ରୋଜେକ୍ଟ ମିଶନ ସୁରଭି (ଡ଼ାୟରି କ୍ଲଷ୍ଟର) ଉଦଘାଟିତ ହୋଇଯାଇଛି । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଗଂହାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସା ପ୍ରକଳ୍ପ ଅଧିକାରୀ ଦତ୍ତାତ୍ରୟ ଭାଉସାହେବ, ଗଞ୍ଜାମ ବିଡ଼ିଓ ବିଶ୍ଵଜିତରାୟ ଓ ଗଞ୍ଜାମ ବ୍ଳକ ଅଧ୍ୟକ୍ଷ ଶର୍ମିଷ୍ଠା ପ୍ରଧାନ ମିଳିତ ଭାବେ ଉଦଘାଟନ କରିଥିଲେ । ମହିଳା ସ୍ଵଂୟ ସହାୟକ ଗୋଷ୍ଠୀଙ୍କୁ ଆତ୍ମ ନିର୍ଭର ଶୀଳ କରିବା ପାଇଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ସଂସ୍ଥା ଦ୍ୱାରା ପରିଚାଳିତ ନୂତନ ପ୍ରକଳ୍ପ ମିଶନ ସୁରଭି(ଡ଼ାୟରି କ୍ଲଷ୍ଟର ) ମାଧ୍ୟମରେ ହରିୟାନା ଓ ସାଇୱାଲ ଭେରାଇଟର ଗୋଟିଏ ଲେଖାଏଁ ଗାଈ ଓ ବାଛୁରୀ ପ୍ରଦାନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୧୦ ଟି ଗାଈ ପ୍ରଦାନ କରାଯାଇଥିବା ବେଳେ , ଗଞ୍ଜାମ ବ୍ଲକରେ ୧୯ଟି କ୍ଳଷ୍ଟରର ୧୯୦ ଜଣ ଓ ଜିଲ୍ଲାରେ ୬୦୦ ସଙ୍ଘକୁ ଗାଈ ପ୍ରଦାନ କରାଯିବାର ଲକ୍ଷ ରଖାଯାଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ପୁର୍ବତନ ବ୍ଳକ ଅଧ୍ୟକ୍ଷ ସୁରଥ ପ୍ରଧାନ, ଜିଲ୍ଲାମୁଖ୍ୟ ଚିକିତ୍ସାଅଧିକାରୀ, ଏପିଡି (ଜୀବିକା) ନଳିନୀ ମିଶ୍ର, ସିଡ଼ିପିଓ-ସଲୀଳା ପ୍ରଧାନ, ଓଏଲଏମ୍ -ଡିପିଏମ୍-ନବୀନ ସେନାପତି, ଓଏଲଏମ୍-ବିପିଏମ୍-ଜଳନ୍ଧର ମହାରଣା, ମିଶନଶକ୍ତି ବିପିସି-ଚନ୍ଦନ କୁମାର ପାଢୀ, ସମେତ ଶତ୍ରୁସୋଲ ଗ୍ରାମ୍ୟ କମିଟି ଉପସ୍ଥିତ ଥିଲେ। ଆରମ୍ଭରେ ଅତିଥି ମାନଙ୍କୁ ଶୋଭାଯାତ୍ରାରେ ନିଆଯାଇଥିଲା ।


