ସୁଦୀପ୍ତ ସାହୁ ଗଞ୍ଜାମ ଥାନାର ନୂତନ ଆଇଆଇସି

ଗଂଜାମ, (ବିନୋଦ ପଲାଇ) :-ଗଂଜାମ ଥାନାର ନୂତନ ଆଇଆଇସି ଭାବେ ସୁଦୀପ୍ତ ସାହୁ ଦାଇତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ଥିବା ଆଇଆଇସି ପି.ସ୍ୱରୂପ କିଷାନଙ୍କୁ ରମ୍ଭା ଥାନାକୁ ବଦଳି ହୋଇଛି । ପୂର୍ବରୁ ଭଞ୍ଜନଗର ଥାନାରେ ଥିବା ନୂତନ ଆଇଆଇସି ସୁଦୀପ୍ତ ଦାଇତ୍ୱ ନେବା ପରେ ଲୋକେ ଥାନାକୁ ନୁହେଁ ପୋଲିସ ଲୋକଙ୍କ ପାଖକୁ ଯିବେ ଏହା ମୋର ପ୍ରାଥମିକତା ହେବ ବୋଲି କହିବା ସହ ରୋଡ଼ ରୋମିୟଙ୍କ ଉପରେ ନଜର ରହିବା ସହ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଏବଂ ଭାଇଚାରା ସମ୍ପର୍କ ଗଢିବା ଉପରେ ଗୁରୁତ୍ୱ ରହିବ ବୋଲି କହିଛନ୍ତି । ଏହି ଅବସରରେ ସେକେଣ୍ଡ ଅଫିସର ଅଜିତ କୁମାର ପରିଡା, ନାରାୟଣ କହଁର, ଏଏସଆଇ ସୁରେନ୍ଦ୍ର ପଢ଼ିଆରୀ, ସୁପ୍ରଭାସାହୁ, ହାବିଲଦାର ଅଭିମନ୍ୟୁ ବେହେରାଙ୍କ ପ୍ରମୁଖ ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ