ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଫଳତା
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ଗତ ସେପ୍ଟେମ୍ବର୍ 26 ତାରିଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଗଣିତ ଅଲମ୍ପିଆଡ୍ ପରୀକ୍ଷାରେ ବେଲଗୁଣ୍ଠା ବ୍ଳକ୍ ପ୍ରତାପଲକ୍ଷ୍ମଣପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦୁଇ ଛାତ୍ରୀ ସଫଳତା ହାସଲ କରିବା ସହ ଜାତୀୟ ଗଣିତ ଅଲମ୍ପିଆଡ୍ ପରୀକ୍ଷା ପାଇଁ ଯୋଗ୍ୟତା ହାସଲ କରି ବିଦ୍ୟାଳୟ ତଥା ବେଲଗୁଣ୍ଠା ବ୍ଳକ୍ ପାଇଁ ଗୌରବ ଆଣିଛନ୍ତି I ସୂଚନା ପ୍ରକାରେ ପ୍ରତାପଲକ୍ଷ୍ମଣପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ସନ୍ତୋଷିନୀ ନାୟକ ଏବଂ ସପ୍ତମ ଶ୍ରେଣୀ ଛାତ୍ରୀ ଚିନ୍ମୟୀ ସାହୁ ଜିଲ୍ଲା ସ୍ତରୀୟ ଗଣିତ ଅଲମ୍ପିଆଡ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଗତ ସେପ୍ଟେମ୍ବର୍ 26 ତାରିଖରେ ରାଜ୍ୟ ସ୍ତରୀୟ ଗଣିତ ଅଲମ୍ପିଆଡ୍ ପରୀକ୍ଷା ଦେଇଥିଲେ I ଏହାର ଫଳାଫଳ ଆଜି ପ୍ରକାଶ ପାଇବା ପରେ ଉଭୟ ଛାତ୍ରୀ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କରିଥିବା ସୂଚନା ମିଳିଛି I ଉଭୟ ଛାତ୍ରୀଙ୍କ ସଫଳତାରେ ବିଦ୍ୟାଳୟର ଅଧ୍ୟକ୍ଷ ସଦାଶିବ ପ୍ରଧାନଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ଖୁସି ପ୍ରକଟ କରିବା ସହ ଆଗାମୀ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ସଫଳତା ହାସଲ କରିବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି I


