ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରୀଙ୍କ କମାଲ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକରେ ୨୦୨୧-୨୨ ଶିକ୍ଷା ବର୍ଷର ୩ୟ ଓ ୫ମ ଶ୍ରେଣୀ ବୃତ୍ତି ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି ଏଥିରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ବୀଉଁରିଆ ୩ୟ ଶ୍ରେଣୀ ରୁ ଡିପ୍ତିମୟୀ ନାଏକ,ସ୍ଵର୍ଣ୍ଣଲତା ମହାନ୍ତ ଓ ୫ମ ଶ୍ରେଣୀ ବୃତ୍ତି ରେ ବିଷ୍ଣୁପ୍ରିୟା ମହାନ୍ତ,ସାନିଆ ଅଞ୍ଜୁମ୍ କୃତ କାର୍ଯ୍ୟ ହୋଇ ବିଦ୍ୟାଳୟ ର ନାମ ଟେକ ରଖିଛନ୍ତି l ବିଦ୍ୟାଳୟରୁ ମୋଟ ୪ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତ ଛାତ୍ରୀ ସଫଳତା ପାଇ ଥିବାରୁ ଛାତ୍ର ଛାତ୍ରୀ ଅଭିଭାବକ ,ଶିକ୍ଷକ ଓ ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡମ୍ବରୁଧର ରଣସିଂ ସହକାରୀ ଶିକ୍ଷକ ନବ କୁମାର ଦାସ,ଶିକ୍ଷୟତ୍ରୀ ବନ୍ଦିତା ମହାନ୍ତ ଙ୍କ ଅକ୍ଲାନ୍ତ ପରିଶ୍ରମ ସମେତ ଅଭିଭାବକ ,ପରିଚାଳନା କମିଟିର ସଦସ୍ୟ ସଦସ୍ୟା ଏବଂ ଶିକ୍ଷାର୍ଥୀ ଙ୍କ ସହଯୋଗ ପିତା ମାତାଙ୍କ ଆଶୀର୍ବାଦ,ପ୍ରେରଣା ଯୋଗୁଁ ଏହା ସମ୍ଭବ ହୋଇ ପାରିଛି ବୋଲି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକାଶ କରିଛନ୍ତି l ସୂଚନା ଯୋଗ୍ୟ ଯେ ଏହି ବିଦ୍ୟାଳୟରୁ ୨୦୧୭ ମସିହାରୁ ଲଗାତାର ଭାବେ ଛାତ୍ର ଛାତ୍ରୀ ମାନେ ଉତ୍ତୀର୍ଣ୍ଣ ହୋଇ ଆସୁଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ