ମା ବୁଢ଼ୀ ଜାଗୁଳାଇଙ୍କ ବାର୍ଷିକ ଉତ୍ସବ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଂଚାୟତ ମେଘା ତୁଳପଦି ଠାରେ ମା ବୁଢ଼ୀଜାଗୁଳାଇଙ୍କ ବାର୍ଷିକ ଉତ୍ସବ ଆଜି ଉଦଯାପିତ ହୋଇଯାଇଛି । ପୂଜକ ଭାଗବତ ପାଣିଗ୍ରାହୀଙ୍କ ସଂଯୋଜନାରେ ଗତ ପବିତ୍ର ମାଘ ସପ୍ତମୀ ଠାରୁ ଉତ୍ସବ ଆରମ୍ଭ ହୋଇଥିବା ବେଳେ ଏଥିରେ ସଂକଳ୍ପ କର୍ତ୍ତା ଭାବେ ମନୋରଞ୍ଜନ ଖୁଣ୍ଟିଆ ଦାୟିତ୍ୱ ତୁଲାଇଥିଲେ । ଅଧିବାସ ଦିବସରେ ଘଟ ଉତ୍ତୋଳନ, ସୂର୍ଯ୍ୟପୂଜା, ସପ୍ତ ମାତୃକା ପୂଜା ପ୍ରମୁଖ ଅନୁଷ୍ଠିତ ହୋଇଥିବା ବେଳେ ହୋମ ଯଜ୍ଞ ଆରମ୍ଭ ହୋଇଥିଲା । ବିଶେଷ କରି ପୋଖରୀ ଭିତରେ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ନିର୍ମାଣ ଶ୍ରଦ୍ଧାଳୁଙ୍କ ମନ ମୋହିଥିଲା । ଆଖପାଖ ବନସ୍ତା, ଦେଓପଦା, ତେସିଙ୍ଗା, ଆମ୍ବଗଡ଼ିଆ ପ୍ରମୁଖ ୫/୭ଖଣ୍ଡି ଗ୍ରାମର ଜନସାଧାରଣ ଏଥିରେ ଯୋଗଦେଇଥିଲେ। ଶେଷ ଦିବସରେ ହରିନାମ ସଂକୀର୍ତ୍ତନ ଓ ହୋମ ଯଜ୍ଞ ସହିତ ବାର୍ଷିକ ଉତ୍ସବ ଉଦଯାପିତ ହୋଇଥିଲା । କାର୍ଯ୍ୟକ୍ରମକୁ ଗ୍ରାମର ନୀଳମଣି ସାମଲ, ଶିଶିର ସାମଲ, ବିଭୁତିଭୂଷଣ ସାମଲ, ଚନ୍ଦନ କୁମାର ଜେନା, ସଦାନନ୍ଦ ଜେନା, ପ୍ରଭାକର ଜେନା, ବାସୁଦେବ ଖୁଣ୍ଟିଆ, ସରୋଜ ସାମଲ, ବ୍ରଜକିଶୋର ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ