ଓଡିଶାରେ ଗଚ୍ଛିତ କ୍ରୋମିୟମ ବିଶ୍ୱ ଚାହିଦାକୁ ପୂରଣ କରିବାରେ ବଡ ଭୂମିକା ନେବ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, – ଓଡିଶାରେ ଗଚ୍ଛିତ ଅମାପ କ୍ରୋମିୟମ ବିଶ୍ୱ ଚାହିଦାକୁ ପୂରଣ କରିବାରେ ବଡ ଭୂମିକା ନେବ ବୋଲି ବୁଧବାର ନୂଆଦିଲ୍ଲୀ ଠାରେ ଅନ୍ତର୍ଜାତୀୟ କ୍ରୋମିୟମ ବିକାଶ ସଂଘ ପକ୍ଷରୁ ଆୟୋଜିତ କ୍ରୋମିୟମ ୨୦୧୯ ସମ୍ମିଳନୀରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡିଶାରେ ୯୫ ପ୍ରତିଶତରୁ ଉର୍ଦ୍ଧ୍ୱ କ୍ରୋମ ଗଚ୍ଛିତ ଅଛି । ଯାହା ଅଧିକ ଗୁଣବତା ବା ଉଚ୍ଚ ମୂଲ୍ୟଯୁକ୍ତ ବିଶିଷ୍ଟ । ଦେଶରେ କ୍ରୋମିୟମ କ୍ଷେତ୍ରରେ ଓଡିଶା ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ବେଳେ ଓଡିଶା ଅଧିକରୁ ଅଧିକ ଘରୋଇ ନିଯୁକ୍ତି ସୃଷ୍ଟି କରିବାର ମଧ୍ୟ କ୍ଷମତା ରଖିଛି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଆମେରିକୀୟ ଡଲାରରେ ୫ ଟ୍ରିଲିୟନ ଅର୍ଥନୀତିକୁ ହାସଲ କରିବାର ଲକ୍ଷ୍ୟ ରଖିଛି । ତେଣୁ ଦେଶରେ ଉଭୟ ବ୍ୟବସାୟିକ ଓ ଜନସାଧାରଣଙ୍କ ଜୀବନଶୈଳୀ ଉପରେ ଅଧିକ ଯୋର ଦିଆଯାଇଛି । ପୁଞ୍ଜିନିବେଶ କରିବା ପାଇଁ ଭାରତ ଏକ ଉକ୍ରୃଷ୍ଟ ସ୍ଥାନ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଭାରତ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏଠାରେ ପୁଞ୍ଜିନିବେଶ ବୃଦ୍ଧି କରିବା ନେଇ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ଉଦ୍ୟମ କରୁଛନ୍ତି । ରାଜନୈତିକ
ସ୍ଥିରତା, ପୂର୍ବାନୁମାନ ନୀତି ଏବଂ ଗୋଟିଏ ବୃହତ ବଜାର ପାଇଁ ବିଶ୍ୱ ପୁଞ୍ଜିନିବେଶକାରୀଙ୍କ ପାଇଁ ଭାରତ
ଏକ ଉକ୍ରୃଷ୍ଟ ସ୍ଥାନ ହୋଇପାରିଛି । ଭାରତୀୟ ଇସ୍ପାତ କ୍ଷେତ୍ର ସମ୍ପର୍କରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିଗତ
ପଦକ୍ଷେପ ଏବଂ ଇସ୍ପାତ୍ ଶିଳ୍ପ ଗୁଡିକର ଉଦ୍ୟମ କାରଣରୁ ଭାରତୀୟ ଇସ୍ପାତ କ୍ଷେତ୍ରରେ ବିଗତ ଦିନମାନଙ୍କରେ ଅନେକ ସୁପ୍ରଭାବ ପରିଲିକ୍ଷିତ ହୋଇଛି । ଭାରତରେ କଳଙ୍କ ଲାଗୁନଥିବା ଇସ୍ପାତର ଉତ୍ପାଦନ ଏବଂ ବ୍ୟବହାରର ବୃଦ୍ଧି ଦେଶର ଅର୍ଥନୀତିକୁ ମଜବୁତ୍ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଇଜ୍ ଅଫ୍ ଡୁଇଙ୍ଗ୍ ବିଜେନେସ୍ ଅର୍ଥାତ୍ ବ୍ୟବସାୟ କାରବାରରେ ଭାରତ ଲମ୍ବା ଲମ୍ଭ ମାରିବା ଏବଂ କିଭଳି ପୁଞ୍ଜିନିବେଶ ନିମନ୍ତେ ଭାରତ ଏକ ଉକ୍ରୃଷ୍ଟ ସ୍ଥଳ ହୋଇପାରିଛି ତାହା ଉପରେ ଚର୍ଚ୍ଚା କରିଥିଲେ ଏହି ଅବସରରେ ସେ ବିଭିନ୍ନ ଉଦ୍ୟୋଗୀ ଏବଂ ପୁଞ୍ଜିନିବେଶକାରୀଙ୍କୁ ଭାରତ ସହ ସହଯୋଗୀ ହୋଇ ଦେଶର ବିକାଶ ଯାତ୍ରାରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ