ସାହାସପୁର ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ

(ଯୁଗାବ୍ଦ ନ୍ୟୁଜ) ଆଜି ବୁଧୁବାର ରେ ସାନଖେମୁଣ୍ଡି ବ୍ଲକ ସ୍ଥିତ ସାହାସପୁର ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ବିଦ୍ୟାଳୟର ଦୁଇଶହରୁ ଉବ୍ୱର୍ ଛାତ୍ରଛାତ୍ରୀ , ଶିକ୍ଷକ ,ଶିକ୍ଷୟତ୍ରୀ ସ୍ଥାନୀୟ ବନସଂରକ୍ଷଣ ସମିତିର କର୍ମକର୍ତ୍ତା , ସ୍ଥାନୀୟ ଜନତା ଏବଂ ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ , ବ୍ରହ୍ମପୁରର ସ୍ୱେଚ୍ଚସେବୀ ସ୍ଥାନୀୟ ସରପଞ୍ଚ ତଥା ବନ ସୁରକ୍ଷା ସମିତିର ସଭାପତି କାଳୀଚରଣ ରାଉଳ ଙ୍କ ନେତୃତ୍ୱରେ ପଞ୍ଚାୟତର ଗ୍ରାମମାନଙ୍କ ରେ ପ୍ଲାକାର୍ଡ , ପୋଷ୍ଟର, ପ୍ରଚାର ପତ୍ର ଏବଂ ପଥ ପ୍ରାନ୍ତ ସଭା ଆୟୋଜନ କରି ଜନସାଧାରଣ ଙ୍କୁ (୧) ପଲିଥିନ ବର୍ଜନ(୨)ଜଳ ସଂରକ୍ଷଣ ଏବଂ ଜଳକୁ ପ୍ରଦୂଷଣ ମୁକ୍ତ (୩) ବୃକ୍ଷ ରୋପଣ ପାଇଁ ନିବେଦନ କରିଥିଲେ । ତା ପରେ ବିଦ୍ୟାଳୟ ପରିସର ତଥା ସଂଲଗ୍ନ ପାହାଡରେ ଆମ୍ବ ଗଛ ସମେତ ଅନ୍ୟାନ୍ୟ ବୃକ୍ଷରୋପଣ କରିଥିଲେ । ବନମହୋତ୍ସବ ର ଅବ୍ୟବହିତ ପୂର୍ବରୁ ଆର୍ଯ୍ୟଭଟ୍ଟ ସ୍ୱେଚ୍ଚସେବୀ ମାନେ ସାହସପୁର ଲଣ୍ଡା ପାହାଡରେ ୨୦ ହଜାର ମଞ୍ଜିଗୁଳା ବୁଣିଥିଲେ । ବନମହୋତ୍ସବ କାର୍ଯ୍ୟକ୍ରମରେ ବଦ୍ୟାଳୟର ଛାତ୍ରଛାତ୍ରୀ , ଶିକ୍ଷକ, ଶିକ୍ଷୟତ୍ରୀ, ପ୍ରଧାନ ଶିକ୍ଷକ ସିମାଞ୍ଚଳ ସ୍ୱାଇଁ ଏବଂ ଅନ୍ୟାନ୍ୟ ଶିକ୍ଷକ , ଶିକ୍ଷୟତ୍ରୀ , ସରପଞ୍ଚ ଏବଂ ପଞ୍ଚାୟତ କର୍ମକର୍ତ୍ତା ଗ୍ରାମବାସୀ ଏବଂ ଆର୍ଯ୍ୟଭଟ୍ଟ , ବ୍ରହ୍ମପୁର ସ୍ୱେଚ୍ଚାସେବୀ ସ୍ୱରାଜ୍ୟ ସୁବୁବ୍ଦି ,ସୁଶାନ୍ତ ମହାନ୍ତି , ଭୀମରାଜୁ ପାତ୍ର, ଆଦିତ୍ୟ ଦାସ , ସବିତା ସାହୁକର , ରଞ୍ଜନା ମିଶ୍ର , ସୁଜତା ପଟ୍ଟନାୟକ ଏବଂ ସୁଧୀର ରାଉତ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ