ଓଡିଶା ଟେନିସବଲ୍ କ୍ରିକେଟ ଦଳରେ କେନ୍ଦ୍ରାପଡାରୁ ୩ ମନୋନୀତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ୨୬ତମ ସବ୍ ଜୁନିୟର ଜାତୀୟସ୍ତରୀୟ ଟେନିସ ବଲ୍ କ୍ରିକେଟ ଚାମ୍ପିଆନସିପ୍ (ବାଳକ ବିଭାଗ) ଚଳିତ ବର୍ଷ ଲକ୍ଷ୍ନୌର ବରବାଙ୍କିଠାରେ ଚଳିତ ମାସ ୧୬ ତାରିଖଠାରୁ ଆରମ୍ଭ ହୋଇ ୧୯ ତାରିଖରେ ଶେଷ ହେବ । ଓଡିଶା ଟେନିସ ବଲ୍ କ୍ରିକେଟ ଆସୋସିଏସନ ପକ୍ଷରୁ ଏକ ୧୪ ଜଣିଆ ଦଳ ଏହି ଖେଳରେ ଯୋଗ ଦେବା ପାଇଁ ମଙ୍ଗଳବାର ଭୁବନେଶ୍ୱରରୁ ଲକ୍ଷ୍ନୌକୁ ଯାତ୍ରା କରିବେ । ଏହି ଦଳରେ କେନ୍ଦ୍ରାପଡା ଜିଲ୍ଲାରୁ ୩ଜଣ ଯଦୁପୁର ଗ୍ରାମର ସୁଜନ ମହାପାତ୍ର, ବଡ ବାରଙ୍ଗ ଗ୍ରାମର ନିହାର ରଞ୍ଜନ ପତ୍ରୀ, ଇନ୍ଦୁପୁର ଗୋପବନ୍ଧୁ କ୍ରିକେଟ ଏକାଡେମୀ (ଚାରିଗାଁ ଗ୍ରାମର)ର ତୁଷାର କୁମାର ଦାସ ପ୍ରମୁଖ ସ୍ଥାନ ପାଇଛନ୍ତି । ଏମାନଙ୍କ ପାଇଁ ଜିଲ୍ଲା ଟେନିସ ବଲ୍ କ୍ରିକେଟ ଆସୋସିଏସନ ପକ୍ଷରୁ ସ୍ଥାନୀୟ ଶ୍ରଦ୍ଧାଞ୍ଜଳୀ ପ୍ୟାଲେସ୍‌ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଜିଲ୍ଲା ଟେନିସ ବଲ୍ କ୍ରିକେଟ ଆସୋସିଏସନ ସଭାପତି ଭଗବାନ ବିଶ୍ୱାଳ, ଉପସଭାପତି ସତ୍ୟ ପ୍ରକାଶ ତ୍ରିପାଠୀ, ସମ୍ପାଦକ ଜ୍ୟୋତିର୍ମୟ ଦାସ, ଯୁଗ୍ମ ସମ୍ପାଦକ ଉମାଶଙ୍କର ରାଉତ, ସସ୍ମିତା ପଣ୍ଡା, ନିରଞ୍ଜନ ପତ୍ରୀ, ବରଦାକାନ୍ତ ବରାଳ ପ୍ରମୁଖ ଯୋଗ ଦେଇ ଏମାନେ ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ଆଶା ପ୍ରକାଶ କରିଥିଲେ । ଏହି ଦଳରେ ମ୍ୟାନେଜର ଭାବେ କେନ୍ଦ୍ରାପଡା ଜିଲ୍ଲାର ସମୀର ମହାପାତ୍ର ନେତୃତ୍ୱ ନେବେ ବୋଲି ନିଷ୍ପତ୍ତି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ