ଓଡିଶା ପ୍ରଗତି ଦଳ କେନ୍ଦ୍ରାପଡା ଜିଲ୍ଲାରେ ସବୁ ଜିଲ୍ଲାପରିଷଦ ଓ ପୈାର ନିର୍ବାଚନରେ ଭାଗ ନେବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଓଡିଶା ପ୍ରଗତି ଦଳ ମଧୁବାବୁଙ୍କର ବିଚାରକୁ ପାଥେୟ କରି ସାରା ଓଡିଶାରେ ନିର୍ବାଚନରେ ଭାଗ ନେବା ପାଇଁ ନିଷ୍ପତି ନେଇସାରିଥିବାବେଳେ ସେହିପରି କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାର ସମସ୍ତ ଜିଲ୍ଲାପରିଷଦ, ପୈାରପରିଷଦ ଓ ବିଜ୍ଞପିତ ପରିଷଦରେ ପାର୍ଥୀ ଦେବା ସହିତ ଏକାକୀ ଲଢିବ । କୈାଣସି ଦଳ ସହିତ ସାଲିସ୍ କରିବାର କୈାଣସି ଯୋଜନା ନାହିଁ । ଦଳ ୧୦ଟି ମୁଦ୍ଦାକୁ ନେଇ ଯଥା ସମସ୍ତ ନାଗରିକଙ୍କୁ ୬୦ବର୍ଷ ପରେ ୫ହଜାର ଟଙ୍କା ମାସିକ କପୁଲ୍ ପେନସନ, ମହିଳାମାନଙ୍କୁ ୩୦୦ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୫୦ହଜାର ପର୍ଯ୍ୟନ୍ତ ଲୋନ୍ ଛାଡ, ଶହୀଦ ବାଜିରାଉତ କୃଷକ ଯୋଜନା ମାଧ୍ୟମରେ କୃଷିକୁ ବୈଷୟିକ ଶିକ୍ଷା ମାଧ୍ୟମରେ ଉନ୍ନତ କରିବା, ପ୍ରତ୍ୟେକ ଚାଷୀଙ୍କୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ, ମଧୁବାବୁ ବିଶ୍ୱବିଦ୍ୟାଳୟ ଜରିଆରେ ସମସ୍ତଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ ମାଗଣା, ଆୟବର୍ହିଭୁତ ସମ୍ପତ୍ତିକୁ ଜବତ କରି ସେହି ପୁଞ୍ଜିକୁ ବୃକ୍ଷରୋପଣ ସହିତ ଓଡିଶାର ସୈାନ୍ଧର୍ଯ୍ୟକରଣରେ ବିନିଯୋଗ କରାଯିବ, ମୋବାଇଲ୍ ଆପ୍ ଜରିଆରେ ସମସ୍ତ ନାଗରିକଙ୍କୁ ସରକାରୀ କାର୍ଯ୍ୟାଳୟ ନଯାଇ ତ୍ୱରିତ ସେବା ଯୋଗାଇବା ପାଇଁ ପଦକ୍ଷେପ ନିଆଯିବ, ୫୦ଲକ୍ଷ ବେକାର ଯୁବକ/ଯୁବତୀ ପରୋକ୍ଷ ଓ ପ୍ରତ୍ୟେକ୍ଷ ନିଯୁକ୍ତି ଦିଆଯିବ, ଓଡିଶା ବିଧାନସଭାରେ ଜଣେ ମହିଳାଙ୍କୁ ବାଚସ୍ପତି କରାଯିବ, ସେହିପରି ତ୍ରିସ୍ତରୀୟ ପଞ୍ଚାୟତକୁ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ଆଇନ୍ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ସହିତ ପୈାରପରିଷଦ ଓ ବିଜ୍ଞପିତ ପରିଷଦରେ ଲୋକମାନେ କିପରି ନିଜେ ସହଭାଗିତା ହୋଇ ନିଜେ ଅସୁବିଧା ଦୂର କରିବା ସହିତ ଦୂରବସ୍ଥାରେ ସାମିଲ ହୋଇ ନିଜର ପ୍ରଗତି କରିବା ସହିତ ପୈାରପରିଷଦ ସର୍ବାଙ୍ଗୀନ ପ୍ରଗତି ପାଇଁ ଯୋଜନା ତଥା ଖସଡା ପ୍ରସ୍ତୁତ କରି ଓଡିଶାକୁ ସୁନାର ଓଡିଶା ଗଢିବାର ପ୍ରୟାସ କରାଯିବ ବୋଲି ଦୃଢୋକ୍ତି ପ୍ରକାଶ କରି ଦଳର ରାଜ୍ୟ ଛାତ୍ର ସଭାପତି ସୁନିଲ କୁମାର ମହାପାତ୍ର ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ