ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର

ବ୍ରହ୍ମପୁର, (ଓ୍ବାଇଏନ୍ଏସ୍) :ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପାଳପୁର ଠାରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡିଶା ମୋ ପରିବାରର ଅଧକ୍ଷ ଅରୂପ ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ରାଜ୍ୟରେ ଯେପେରି ରକ୍ତ ଭଣ୍ଡାର ଗୁଡିକରେ ରକ୍ତ ଅଭାବ ନହୁଏ ସେଥିପାଇଁ ଓଡିଶା ମୋ ପରିବାର ସଦା ସର୍ବଦା ନିଜର ଚେଷ୍ଟା ଜାରି ରଖିଛି, ଯାହାର ଫଳ ସ୍ୱରୂପ ବର୍ତ୍ତମାନ ସମସ୍ତ ରକ୍ତ ଭଣ୍ଡାରରେ ପର୍ଯ୍ୟାପ୍ତ ପରିମାଣର ରକ୍ତ ଗଚ୍ଛିତ ରହିଛି । ସେହିପରି ରାଜ୍ୟରେ ଅନୁଷ୍ଠିତ ହେଉଥିବା ରକ୍ତଦାନ ଶିବିର ରେ ଓଡିଶା ର ଯୁବପୀଢୀଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଓଡିଶା ମୋ ପରିବାରର ଅଧକ୍ଷ ଅରୂପ ପଟ୍ଟନାୟକ । ଗୋପାଳପୁରରେ ଆୟୋଜିତ ହୋଇଥିବା ଆଜିର ଏହି ରକ୍ତଦାନ ଶିବିରରରେ ସମ୍ମାନିତ ଅତିଥି ରୂପେ ବିଜେଡି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଜୀବନ ବିନ୍ଦୁ ସଂଯୋଜକ ସୁବାସ ମହାରଣା ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ସଭାପତି ଭବାନୀ ଶଙ୍କର ସାହୁ, ମହିଳା ସଭାନେତ୍ରୀ ସଂଘମିତ୍ରା ଦଲେଇ, ବ୍ଲକ ସଭାପତି ଅଜିତ ଦାଶ, ବିଜେଡି ନେତା ଜଗନ୍ନାଥ ସାବତ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ମଞ୍ଜୁଶ୍ରୀ ଦଲାଇ, ଦଣ୍ଡପାଣୀ ସାହୁ,ରାମହରୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସମାଜସେବୀ ଶିବ ପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଟ ବିଜେଡି ନେତା ଶଶି ଭୂଷଣ ମହାନ୍ତି ମଞ୍ଚ ପରିଚାଳନା କରିବା ସହ ଲଲାଟ ଗୌଡ, ସୁବାସ ସାହୁ, ବି ରାଜେଶ, ବି କଲ୍ୟାଣ,ଚନ୍ଦନ ଆଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଶିବିରରେ ୧୨୦ ୟୁନିଟ ରକ୍ତ ସଗୃହିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ