ଓଡିଶା ରାଜ୍ୟ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଆଜି ଓଡିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମହାସଂଘ ପକ୍ଷରୁ ଆସନ୍ତା ୧୪ ରିଖ ଠାରୁ ୨୧ ରିଖ ପର୍ଯ୍ୟନ୍ତ ଅସହଯୋଗ ଆନ୍ଦୋଳନ ପାଇଁ ଅନିଦ୍ଧିଷ୍ଟ କାଳ ପଯ୍ୟନ୍ତ ଏକ ଦାବିପତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି. ସୂଚନାମୁତାବକ, ରାଜ୍ୟ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ଦ୍ୱାରା କାଯ୍ୟରତ ପାଇଁ ୨୦ ହଜାର ସ୍ୱାସ୍ଥ୍ୟକର୍ମୀ ଦୀର୍ଘଦିନ ଧରି ନିଜ ନିଜ ନ୍ୟାଯ୍ୟ ଦାବି ପାଇଁ ଦାବି କରି ଆସୁଥିଲେ. କିନ୍ତୁ ଏହି ଦାବିକୁ ରାଜ୍ୟ ସରକାର ସ୍ୱାସ୍ଥ୍ୟକର୍ମୀଙ୍କ ସମସ୍ୟା ଉପରେ କର୍ଣ୍ଣପାତ କରୁନଥିଲେ. ଯାହା ଫଳରେ ରାଜ୍ୟ ସ୍ୱାସ୍ଥ୍ୟ କର୍ମୀମାନେ ଆନ୍ଦୋଳନ ଆଡକୁ ମୁହାଁଇଛନ୍ତି. ପ୍ରତ୍ୟକ୍ଷ ଭାବରେ ସରକାରୀ କର୍ମଚାରୀ ନିଜର ଚାକିରି କାଳରେ ୪ ରୁ ୮ ପଦୋନ୍ନତି ପାଉଥିବାବେଳେ ଏହି ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀମାନେ ମାତ୍ର ଗୋଟିଏ ପଦୋନ୍ନତି ପାଉଛନ୍ତି. ଵା ଆଉ କେହି କେହି ବିନା ପଦୋନ୍ନତିରେ ଚାକିରୀରୁ ଅବସର ନେଉଛନ୍ତି. ଏହାର ପ୍ରତିବାଦସ୍ୱରୂପ ଗତବର୍ଷ ୨୦୨୧ ଜାନୁୟାରୀରେ ସରକାରଙ୍କ ତରଫରୁ ଭୟଙ୍କର ମହାମାରୀ କୋଭିଡ଼ ଟୀକା ନେବୁ ନାହିଁ, କିନ୍ତୁ ଜନ ସାଧାରଣଙ୍କୁ ଟୀକା ପ୍ରଦାନରେ ପୂର୍ଣ୍ଣ ସହଯୋଗ କରିବୁ ବୋଲି କହିଥିଲୁ. କିନ୍ତୁ ପରବର୍ତ୍ତି ସମୟରେ ଜନ ସ୍ୱାସ୍ଥ୍ୟ ନିର୍ଦେଶକ ଓ ପରିବାର କଲ୍ୟାଣ ନିର୍ଦେଶକ ଆମ ରାଜ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଦାବି ପୂରଣ କ୍ଷେତ୍ରରେ ପ୍ରତିଶୃତି ଦେଵା ପରେ ଆମେ ୨୦ ହଜାର ସ୍ୱାସ୍ଥ୍ୟକର୍ମୀ ଟୀକା ଗ୍ରହଣ କରିଥିଲୁ. ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଂଘ କର୍ମଚାରୀଙ୍କ ଉପସ୍ଥିତିରେ ଦାବି ପୂରଣ ପାଇଁ ଆଲୋଚନା ହୋଇଥିଲେ ମଧ୍ୟ ଦାବି ପୂରଣ କ୍ଷେତ୍ରରେ ବିଶେଷ ଭାବରେ ଅଗ୍ରଗତି ହୋଇନାହିଁ. ଏହା ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀଙ୍କ କ୍ୟାଡ଼ର ପୁର୍ନରଗଠିତ ହୋଇଥିଲେ ମଧ୍ୟ ଆମେ ସେଇ ଅବହେଳିତ ଅବସ୍ଥାରେ ରହି ଯାଇଛୁ. ଏନେଇ ରାଜ୍ୟ ସରକାରଙ୍କ ନିକଟରେ ଆମ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ମହାସଂଘ ପକ୍ଷରୁ ମୁଖ୍ୟ 5 ଦଫା ଦାବି ଉପସ୍ଥାପନା ପ୍ରଦାନ କରାଯାଇଛି. ଏହି ଦାବିପତ୍ରରେ ଅନୁସୂୟା ପଣ୍ଡା, କାଞ୍ଚନ ପାଣ୍ଡି, ଲିଳିତ କୁମାର ମହାନ୍ତି, ଜି. ରତିଦେଓ, ବେବି ରାଧାରାଣୀ ଜେନା, ଶାନ୍ତି କୁମାରୀ ଜେନା, ପଦ୍ମୟୀ , ସୁଜାତା ପାଢ଼ି, ରଶ୍ମିତା ପଟ୍ଟନାୟକ, ଅଞ୍ଜଳି ବାରିକ ପ୍ରମୁଖ ଗଜପତି ସିଡ଼ିଏମଓ ପ୍ରଦୀପ କୁମାର ପାତ୍ର ଓ ଡ଼. ପ୍ରମୋଦ କୁମାର ପଣ୍ଡାଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ