ଭଙ୍ଗା ଦଦରା ଘରେ ବିତୁଛି ଜୀବନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ସରକାରଙ୍କ ଅଜବ ନୀତି. ଜିଲ୍ଲା ରାୟଗଡ଼ ବ୍ଲକ ସାନତୁଣ୍ଡି ପଞ୍ଚାୟତର ରେମ୍ପି ଗାଁରେ ପ୍ରାୟତଃ ୩୦ ପରିବାରର ୩ ଶହ ଲୋକେ ବସବାସ କରନ୍ତି. ସରକାରଙ୍କ ନଜର ଆଢୁଆଳରେ ଯେମିତି ରହି ଯାଇଛନ୍ତି ଏହି ଗ୍ରାମର ଲୋକେ. କାରଣ ଗ୍ରାମବାସୀ ଖଣ୍ଡିଏ ଘର ପାଇଁ ବହୁତ ଥର ପ୍ରଶାସନ ନିକଟରେ ଆବେଦନ କରିଛନ୍ତି. ଏହାର ଫଳସ୍ଵରୂପ କିଛି ବି ସୁଫଳ ମିଳିନାହିଁ. ଭଗବାନ ଓ ଭାଗ୍ୟକୁ ଆଦରି କରି ଭଙ୍ଗା ଦଦରା ଘରେ ପଡ଼ିରହିଛନ୍ତି. ଖାଲି ସେତିକି ନୁହେଁ ଦୁଇ ଓଳି ଦୁଇ ମୁଠା ଖାଦ୍ୟପେୟ ବହୁତ କଷ୍ଟକର ହୋଇପଡିଛି. କାରଣ ସମସ୍ତେ ଏଠି ଚାଷବାସ କରି ପରିବାର ପ୍ରତିପୋଷଣ କରନ୍ତି. ଅନେକ ଥର ପଖାଳ ଭାତ ଓ ଲୁଣ ଖାଇ ବଞ୍ଚିବାକୁ ପଡିଥାଏ.ଏ ସମ୍ବଦ୍ଧରେ ଗ୍ରାମବାସୀଙ୍କୁ ପଚାରିଲେ କୁହନ୍ତି ବହୁତ କଷ୍ଟରେ ଆମେ ପରିବାର ପସୁଛୁ. କିଏ କୁଲିଗିରି ତ ଆଉ କିଏ ଚାଷ କରି. ୧୯୯୮ ରେ ଗ୍ରାମ ବିକାଶ ତରଫରୁ ଘର ଖଣ୍ଡିଏ ମିଳିଥିଲା, ଯାହା ଏବେ ଶୋଚନୀୟ ଅବସ୍ଥାରେ, ଯାହା ନ କହିଲେ ଭଲ. ବର୍ଷା ଦିନେ ଛାତରୁ ପାଣି ଗଳୁଛି, ଲୋକେ ବାଧ୍ୟ ହୋଇ ଅଙ୍ଗନବାଡି କେନ୍ଦ୍ର ନଚେତ ସ୍କୁଲରେ ଆଶ୍ରୟ ନେଉଛନ୍ତି. ଏ ବିଷୟରେ ଜିଲ୍ଲାପାଳଙ୍କୁ ମଧ୍ୟ ଜଣେଇଥିଲୁ. ଜିଲ୍ଲା ପ୍ରଶାସନ ପରିଦର୍ଶନରେ ମଧ୍ୟ ଆସିଥିଲେ. କିନ୍ତୁ ଏ ଯାଇଁ କିଛି କାର୍ଯ୍ୟକାରୀ ହୋଇନାହିଁ. ସବୁବେଳେ ଭୟ ଲାଗୁଛି କେତେବେଳେ ଯେ ଘରର କାନ୍ଥ ଭୁଶୁଡି ପଡିବ. ଏନେଇ ପିଡିଡ଼ିଆରଡ଼ିଓଙ୍କୁ ପଚାରିଲେ କୁହନ୍ତିଯେ ସେର୍ଭ ହୋଇଛି ଖୁବ ଶୀଘ୍ର ଘର ପ୍ରଦାନ କରାଯିବ. ସବୁଠୁ ଦୁଃଖଦ କଥା ହେଲା ପିଲାମାନଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଚାଲିଯାଉଛି. ଘର ଫାଟି ଆଁ ହୋଇଥିବାରୁ ଓ ଛାତରୁ ପାଣି ଗଳୁଥିବାରୁ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି. ଏନେଇ ଗ୍ରାମବାସୀ ବାରମ୍ବାର ଆବେଦନ କରୁଛନ୍ତି ଏବଂ ପ୍ରଶାସନିକ ଦ୍ୱାରସ୍ତ ହେଉଛନ୍ତି. ଖାଲି ଦେଖିବାକୁ ବାକି ରହିଲା କେବେ ମୁଣ୍ଡ ଉପରକୁ ଘର ସରକାର କେବେ ଯୋଗେଇଦେବେ.


