ଓଡିଶ-ଆନ୍ଧ୍ର ସୀମାନ୍ତ ନାକା ପଏଣ୍ଟର ଦୈନିକ ସ୍ଥିତି ଅନୁଧ୍ୟାନ କରୁଛନ୍ତି ଜିଲ୍ଲାପାଳ ଓ ଏସ୍‌ପି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): କରୋନାର ଦ୍ୱିତୀୟ ଲହରୀ ଜନିତ ପ୍ରଭାବ ବୃଦ୍ଧି ପାଉଥିବା ଯୋଗୁଁ ଓଡିଶା ସରକାରଙ୍କ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଜାରି କରାଯାଇଥିବା ନୂତନ କଟକଣା ଗଜପତି ଜିଲ୍ଲା ଓ ଓଡିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ କଡାକଡି ରୂପେ ପାଳନ କରାଯାଉଛି । ଗଜପତି ଜିଲ୍ଲାପାଳ ଅନୁପମ ସାହା ଓ ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ ଜିଲ୍ଲାର ବିଭିନ୍ନ ନାକା ପଏଣ୍ଟକୁ ପ୍ରତ୍ୟେହ ଗସ୍ତକରି ଅନୁଧ୍ୟାନ କରୁଛନ୍ତି । ବିଶେଷ କରି ଆନ୍ଧ୍ର ଓ ଓଡିଶା ସୀମା ସବୁ ସିଲ କରାଯାଇ ଯାଞ୍ଚ କଡାକଡି କରାଯାଉଛି । ସୂଚନା ଯୋଗ୍ୟ ଯେ, ଏହି ନାକା ପଏଣ୍ଟ ଗୁଡିକ ଜିଲ୍ଲାରେ ଗତ ୧୨ ତାରିଖ ଦିନ ଖୋଲା ଯାଇଥିଲା । ଜିଲ୍ଲା ମଧ୍ୟକୁ ପ୍ରବେଶ କରିବାକୁ ହେଲେ ୭୨ଘଣ୍ଟା ମଧ୍ୟରେ ହୋଇଥିବା ନେଗେଟିଭ ରିପୋର୍ଟ କିମ୍ବା କୋଭିଡ ଦ୍ୱିତୀୟ ଡୋଜ ନେଇଥିବା ପ୍ରମାଣ ପତ୍ର ଦେଖାଇଲେ ହିଁ ଜିଲ୍ଲା ମଧ୍ୟକୁ ପ୍ରବେଶ କରିପାରିବେ । ନଚେତ ୭ଦିନ ସଙ୍ଗରୋଧ କେନ୍ଦ୍ର କିମ୍ବା ହୋମ କ୍ୱାରେଣ୍ଟାଇନରେ ରହିବାକୁ ପଡିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବରୁ ହିଁ ନିର୍ଦ୍ଦେଶାନାମା ଜାରି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ