କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଦ୍‌ଗତି ନିମନ୍ତେ ତର୍ପଣ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିବିଶେଷ ମାନଙ୍କ ସଦ୍‌ଗତି ନିମନ୍ତେ ତର୍ପଣ କାର୍ଯ୍ୟକ୍ରମ ହୋଇଯାଇଛି । ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପାଦଦେଶରେ ଥିବା ମହେନ୍ଦ୍ର ଆଶ୍ରମରେ ସାଧାନ କରୁଥିବା ଋଷି ପୁତ୍ର ମାନେ ଚଇତ୍ର ଅମାବସ୍ୟା ତଥା ଯୁଗାବ୍ଧ ୫୧୨୯ ଯୁଗାବ୍ଧ ୫୧୨୩ ପର୍ଯ୍ୟନ୍ତ ସମଗ୍ର ଭାରତ ବର୍ଷରେ ବର୍ତ୍ତମାନ ସୁଦ୍ଧା କରୋନାରେ ଆକ୍ରାନ୍ତ ହୋଇ ମରିଥିବା ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପିତୃଲୋକଙ୍କ ତୃପ୍ତି ପାଇଁ ତର୍ପଣ ଓ ଶ୍ରାଦ୍ଧ କରିଥିଲେ । ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ପାର୍ବତ୍ୟମାଳା ଅବବାହିକାରେ ପ୍ରବାହିତ ହେଉଥିବା ମହେନ୍ଦ୍ରତନୟା ନଦୀର ପବିତ୍ର ଧାରାରେ ତର୍ପଣ କରିଥିଲେ । ପ୍ରାୟତଃ କରୋନା ଆକ୍ରାନ୍ତରେ ମରିଥିବା ବ୍ୟକ୍ତିବିଶେଷ ମାନଙ୍କ ଶବ ସଂସ୍କାର ବା ଅନ୍ତେଷ୍ଟିକ୍ରିୟା ହୋଇ ପାରି ନାହିଁ । ଏହାକୁ ଦୃଷ୍ଟିରେ ରଖି ଏହି ମହତ୍ୱ କାର୍ଯ୍ୟକ୍ରମ ହୋଇଥିଲା । ମହେନ୍ଦ୍ରର ସାଧକ ପୂଜ୍ୟ ସ୍ୱାମୀ ଭାଷ୍କରତୀର୍ଥ (ଲକ୍ଷ୍ମୀବାବା) ଏବଂ ତାଙ୍କର ବହୁ ଋଷି ପୁତ୍ର ମାନେ ଭାରତ ବର୍ଷର ପରମ୍ପାରକୁ ସୁରକ୍ଷା ତଥା ସମ୍ନାନ ଦେବା ପାଇ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ