ଓଲିଙ୍କ ସପକ୍ଷରେ ଚୀନ

କାଠମାଣ୍ଡୁ: ଚୀନର ପରାମର୍ଶକ୍ରମେ ଲଗାତାର ଭାରତ ବିରୋଧୀ ନିଷ୍ପତ୍ତି ନେଉଥିବା ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଚୌକି ବଞ୍ଚାଇବା ପାଇଁ ଚୀନ ଏବେ ଜୋରଦାର ପ୍ରୟାସ ଆରମ୍ଭ କରିଛି । ନେପାଳରେ ଅବସ୍ଥାପିତ ଚୀନର ରାଷ୍ଟ୍ରଦୂତ ହାଓ ୟାଙ୍କି ବରିଷ୍ଠ ନେତାମାନଙ୍କ ସହ ତୁହାକୁ ତୁହା ବୈଠକ କରୁଛନ୍ତି ଏବଂ ଅନେକ ନେତାଙ୍କୁ ଗୁପ୍ତରେ ଭେଟୁଛନ୍ତି । ଚୀନର ଏଭଳି କାର୍ଯ୍ୟକୁ ବହୁ ନେତା ଏବଂ ସଂଗଠନ ବିରୋଧ ମଧ୍ୟ କରୁଛନ୍ତି । ଓଲିଙ୍କୁ ଯେନତେନ ପ୍ରକାରେ କ୍ଷମତାରେ ରଖିବା ପାଇଁ ଚୀନ ରାଷ୍ଟ୍ରଦୂତ ଚଳାଇଥିବା ଅଭିଯାନକୁ ଚୀନ କମୁ୍ୟନିଷ୍ଟ ପାର୍ଟିର ଅନେକ ନେତା ସମାଲୋଚନା କରିଛନ୍ତି । ସପ୍ତାହକ ମଧ୍ୟରେ ହାଓ ୟାଙ୍କି ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀ, ନେପାଳ କମୁ୍ୟନିଷ୍ଟ ପାର୍ଟିର ବରିଷ୍ଠ ନେତା ମାଧବ କୁମାର, ଝାଲନାଥ ଖଲନ ପ୍ରମୁଖଙ୍କୁ ଭେଟିଛନ୍ତି । ନେପାଳ କମ୍ୟୁନିଷ୍ଟ ପାର୍ଟିର ୪୪ ରୁ ୩୦ ଜଣ ସଦସ୍ୟ ଓଲିଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟିଯିବା ପାଇଁ କହିଛନ୍ତି । ଓଲି ତୁରନ୍ତ ଇସ୍ତଫା ଦେବା ପାଇଁ ପ୍ରବଳ ଚାପ ସୃଷ୍ଟି ହୋଇଥିଲେ ମଧ୍ୟ ଚୀନର ସିଧାସଳଖ ହସ୍ତକ୍ଷେପ ଯୋଗୁଁ ଓଲି ଇସ୍ତଫା ଦେଇନଥିବା କୁହାଯାଉଛି । ଚୀନ ରାଷ୍ଟ୍ରଦୂତ ହାଙ୍କି ଏବେ ନେପାଳରେ ତାଙ୍କ କ୍ଷମତା ବିସ୍ତାର କରିବାରେ ଲାଗିଛନ୍ତି । ସେନା ବାହିନୀଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ଦପ୍ତର ପର୍ଯ୍ୟନ୍ତ ସବୁଠୁ ତାଙ୍କର ଅଖଣ୍ଡ ପ୍ରମାଣ ଦେଖିବାକୁ ମିଳୁଥିବାରୁ ଏହା ଚୀନ ଅତ୍ୟନ୍ତ ଯୋଜନାବଦ୍ଧ ରଣନୀତ ବୋଲି କୁହାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ