ତୁମୁଡିବନ୍ଧ ଘଞ୍ଚ ଜଙ୍ଗଲରେ ପୋଲିସ ମାଓବାଦୀ ହମଲା ପରେ ହାଇଆଲର୍ଟ ଜାରି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ସିର୍ଲା ପଞ୍ଚାୟତ କିହାଲଗୁଡ଼ା ଜଙ୍ଗଲ କ୍ଳାଉଡଙ୍ଗା ଅଞ୍ଚଳରେ ଗତ ଶନିବାର ବିଳମ୍ବିତ ରାତିରେ ପୋଲିସ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ଉକ୍ତ ଦିନ ପୋଲିସ ଗୁଳିରେ ୪ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ପୁଣି ସୋମବାର ସନ୍ଧ୍ୟାରେ ପୋଲିସ ମାଓବାଦୀ ଗୁଳି ବିନିମୟ ହୋଇ ଆଉ ଜଣେ ମାଓବାଦୀ ନିହତ ହୋଇଥିବା ପୋଲିସ ସୂଚନା ପ୍ରଦାନ କରିଥିଲା। ଏହି ଘଟଣାରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିଭିନ୍ନ ସାମଗ୍ରୀକୁ ପୋଲିସ ଜବତ କରିଥିଲା। ତେବେ କିଛି ମାଓବାଦୀ ଘଟଣାସ୍ଥଳରୁ ଖସି ପଳାଇ ଥବା ବେଳେ ଏବେ ପ୍ରତିହିଂସା ପରାୟଣ ହୋଇପଡ଼ିଛନ୍ତି। ଏହା ଦ୍ୱିତୀୟ ଥର ପୋଲିସ ମାଓବାଦୀଙ୍କ ମୁହାଁମୁହିଁ ପରିସ୍ଥିତିରୁ ଜଣାପଡ଼ିଛି l ଏଥିପାଇଁ ପୋଲିସ ବାହିନୀ ସମ୍ପୂର୍ଣ୍ଣ ସଜାଗ ହେବା ସହ କନ୍ଧମାଳ ଏସ୍‌ପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ଜିଲାର ବିଭିନ୍ନ ଥାନାକୁ ହାଇଆଲର୍ଟ କରାଯାଇଥିବା ବେଳେ ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ବିଶେଷକରି ମାଓବାଦୀଙ୍କ ଚଳପ୍ରଚଳ ଅଞ୍ଚଳରେ ସଶସ୍ତ୍ର ପୋଲିସ ଗାଡ଼ିମୋଟର ତନତନ କରି ଯାଞ୍ଚ କରୁଛି। ଯାତାୟାତ ଲୋକଙ୍କ ପରିଚୟ ସହ ଗାଡ଼ିମୋଟର କାଗଜପତ୍ରକୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଇଛି l ପୂର୍ବରୁ ଯେଉଁ ସବୁ ଅଞ୍ଚଳରେ ମାଓବାଦୀ ପକ୍ଷରୁ ଲାଲ୍‌ ବ୍ୟାନର ଛପା ଯାଉଥିଲା ଏବଂ ମାଓବାଦୀଙ୍କ ଯାତାୟାତ ରହୁଛି ସେସବୁ ଉପରେ ପୋଲିସ କଡ଼ା ନଜର ରଖିବା ସହ ଗାଁରେ ଗାଁରେ କେହି ଅଜଣା ବ୍ୟକ୍ତି ବୁଲୁଛି କିମ୍ବା ସିର୍ଲା ଘଟଣାରେ କେହି ମାଓବାଦୀ ଆହତ ହୋଇ କେଉଁଠି ନିଜ ଚିକିତ୍ସା କରୁଥିବା ସନ୍ଦେହ କରି ସେସବୁ ଅଞ୍ଚଳ ଉପରେ ପୋଲିସ କଡ଼ା ନଜର ରଖିଥିବା ଜଣେ ପୋଲିସ ଅଫିସର କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ