ଓଡ଼ିଶା ସମାଜସେବୀ ମହାସଂଘ ପକ୍ଷରୁ କମ୍ବଳ ବଣ୍ଟନ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ବିଜେବି ନଗରସ୍ଥିତ ବିବେକାନନ୍ଦ ପାର୍କ ସମ୍ମୁଖରେ ଓଡ଼ିଶା ସମାଜସେବୀ ମହାସଂଘ ଆନୁକୂଲ୍ୟରେ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ରାଜ୍ୟ ସଭାପତି ବାପୁ ଓଝାଙ୍କ ପରିଚାଳନାରେ ଯୁବନେତା ଅମରେଶ ଜେନା ଯୋଗଦେଇ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବାଣ୍ଟନ କରିଥିଲେ । ରକ୍ତଦାତା ତନ୍ମୟ ସାମନ୍ତରାୟ, ଯୁବ ସମାଜସେବୀ ରୋହିତ ନାୟକ, ସଙ୍ଗୀତ ନିର୍ଦ୍ଦେଶକ ମୁନୁ ପାଗଳ, ଆଶାର ଦିଶା ଯାଜପୁର ସଂଯୋଜକ ସର୍ବେଶ୍ୱର ବାରିକ, ସନ୍ତୋଷୀ ପାଢୀ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ ବୋଲି ମହାସଂଘର ମୁଖପାତ୍ର ପ୍ରସନ୍ନ ପାଣି ସୂଚନା ଦେଇଛନ୍ତି ।


