ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଶାଖା ପକ୍ଷରୁ ଜନସଚେତନତା
ବୁଗୁଡ଼ା,(ଯୁଗାବ୍ଦ ନ୍ୟୁଜ୍): ବୁଗୁଡ଼ା ବ୍ଲକ ବାଲିପଦର ସ୍ଥିତ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଶାଖା ପକ୍ଷରୁ ଏକ ଜନସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା କ୍ଷ କଲମ୍ବ ଗ୍ରାମ ପଞ୍ଚାୟତ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ , ସୁନାକେରା, ଢେଉକା, କଲମ୍ବ, କାଦପଡା, ଘୋଡାପଡା ଓ ଡେଙ୍ଗାପଦର ଗ୍ରାମର ଗ୍ରାହକ ଓ ହିତାଧିକାରୀମାନେ ଏହି କାର୍ୟ୍ୟକ୍ରମରେ ଯୋଗଦେଇଥିଲେ କ୍ଷ ଏହି ସଚେତନତା ଶିବିର ରେ ବ୍ୟାଙ୍କ ପକ୍ଷରୁ ରୁଣ ପ୍ରଦାନ ର ସୁବିଧା, ମୃତ୍ୟୁ କାଳୀନ ବୀମା ବ୍ୟବସ୍ଥା ଓ ବ୍ୟାଙ୍କ ଜରିଆରେ ଉପଲ୍ଲବଧ ବିଭିନ୍ନ ସରକାରୀ ଜନହିତକର ଯୋଜନା ସମ୍ପର୍କରେ ସଚେତନତା ପ୍ରଦାନ କରାଯାଇଥିଲା କ୍ଷ ଉକ୍ତ ବ୍ୟାଙ୍କ ର ଶାଖା ପରିଚାଳିକା ରଶ୍ମିତା ସାହୁଙ୍କ ତତ୍ତ୍ଵାବଧାନରେ ଏହି ଶିବିରରେ ବାଲିପଦର କଲେଜ ଅଧ୍ୟକ୍ଷ ଡ. ବି. ପ୍ରକାଶ ଚନ୍ଦ୍ର ପାତ୍ର ଓ ଯୁବ ସମାଜ ସେବୀ ପ୍ରଦୀପ କୁମାର ଜେନା ପ୍ରମୁଖ ଯୋଗ ଦେଇଥିଲେ।


