ହିଞ୍ଜିଳିରେ ଖାଦ୍ୟର ମାନ ପରଖିଲେ ଜିଲ୍ଲାପାଳଙ୍କ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାରେ ମହାମାରାୀ କରୋନାର ଭୟାବହତା ଆତଙ୍କ ଖେଳାଇ ଦେଇଛି । କରୋନାର ମୁକାବିଲା ସକାଶେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ତଥା ଜିଲ୍ଲାର ଏକମାତ୍ର ପୌରପାଳିକା ହିଞ୍ଜିଳିକାଟୁ ଅଂଚଳରେ ସଂକ୍ରମିତଙ୍କ ସଂଖ୍ୟା ଦସ୍ତଚ୍ଛ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଯୁଗାବ୍ଦ ନ୍ୟୁଜ ଏହାରୂ ମୁକାବିଲା ସକାଶେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସମେତ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ସ୍ଥାନୀୟ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଅଂଚଳକୁ ପ୍ରତ୍ୟେହ ବହୁ ଜିଲ୍ଲା ପ୍ରଶାସନିକ ଅଧିକାରୀ ବୃନ୍ଦ ଆସି କରୋନା ସମୀକ୍ଷା କରି ଫେରୁଥିବା ବେଳେ ସକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ପ୍ରଶାସନର କଟକଣାକୁ କିଛି ଅମାନିଆ ମାନୁନଥିବା ବେଳେ ସ୍ଥାନୀୟ ଅଂଚଳରେ ଗୋଷ୍ଠୀ ସଂକ୍ରମଣ ଦେଖାଦେଇଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳି ଗ୍ରସ୍ତରେ ଆସି କରୋନା ସମୀକ୍ଷା କରିବା ସହ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଯୁଗାବ୍ଦ ନ୍ୟୁଜ ସ୍ଥାନୀୟ ବ୍ଳକରେ ସଂକ୍ରମିତଙ୍କ ସଂଖୃା ବୃଦ୍ଧି ପାଉଥିବାରୁ ୩ଟି ଜୋନରେ ବିଭକ୍ତ କରାଯାଇଛି । ବହୁ ପଜିଟିଭ ଚିହ୍ନଟ ହୋଇଥିବା ୧୭ଟି ଅଂଚଳକୁ ରେଡ଼୍ ଜୋନ, ୧୧ଟି ଅଂଚଳକୁ ଅରେଞ୍ଜ ଜୋନ ଏବଂ୨୭ଟି ଅଂଚଳକୁ ଗ୍ରୀନ ଜୋନ ଭାବେ ଚିହ୍ନଟ କରାଯାଇଛି । କରୋନାର ପ୍ରତିହିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଯୁଗାବ୍ଦ ନ୍ୟୁଜ ସ୍ଥାନୀୟ କୋଭିଡ଼-୧୯ ହସପିଟାଲ ରେ ରୋଗୀଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟର ମାନ ପରଖିବା ସହ ଉନ୍ନତ ମାନର ଖାଦ୍ୟ ପ୍ରଦାନ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି । ଜିଲ୍ଲାପାଳ କୁଲାଙ୍ଗେଙ୍କ ଗ୍ରସ୍ତ ସମୟରେ ତହସିଲଦାର ଗେରପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, କୋଭିଡ଼-୧୯ ହସପିଟାଲ ମେଡ଼ିକାଲ ଅଧିକ୍ଷକ ଡ଼ାକ୍ତର ଦୁର୍ଗା ପ୍ରସାଦ ପଣ୍ଡା, ଉପଖଣ୍ଡ ଚିକିତ୍ସାଳୟ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ାକ୍ତର ପ୍ରତିଭା ପାତ୍ର, ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ାକ୍ତର ଅନିଲ କୁମାର ରଥ ପ୍ରମୁଖ ୁପସ୍ଥିତ ଥିଲେ ।


