କଂଗ୍ରେସ ପକ୍ଷରୁ ଇନ୍ଦିରାଗାନ୍ଧୀଙ୍କ ଜୟନ୍ତୀ ପାଳିତ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଜି କନ୍ଧମାଳ କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ ବିିଭିନ୍ନ ପ୍ରକାର କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯୁବ କଂଗ୍ରେସ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା। ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢୀଙ୍କ ନେତୃତ୍ୱରେ ଯୁବନେତା ଗଗନ ପ୍ରଧାନ, ଦୁର‌୍ୟ୍ୟୋଧନ ପଟନାୟକ, ସଂଶାର ଭୋଇ, ରଜତ ମହାନ୍ତି, ସୂର‌୍ୟ୍ୟକାନ୍ତ ଦାସ, ଅଶୋକ ସାସନୀ, ବରିଷ୍ଠ ନେତା ହେମନ୍ତ କର, ମହିଳାନେତ୍ରୀ ସାଇବାଣି କହଁର ଓ ଅନ୍ୟମାନେ ଫୁଲବାଣୀ ସହରର ବିଭିନ୍ନ ଅଞ୍ଚଳରେ ଥିବା ଗରୀବମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରିଥିଲେ। ସେହିଭଳି ଜିଲା କଂଗ୍ରେସ ପକ୍ଷରୁ ମଧ୍ୟ ମାଦିକୁନ୍ଦାଛକ ସ୍ଥିତ ଇନ୍ଦିରାଗାନ୍ଦୀଙ୍କ ପ୍ରତିମୂର୍ତ୍ତିରେ ଜିଲା କଂଗ୍ରେସ ସଭାପତି ଅନାମ ନାୟକଙ୍କ ସମତେ ପୂର୍ବତନ ସାଂସଦ ରଧାକାନ୍ତ ଦିଗାଲ, ନଗର ସଭାପତି ବିଜୟ ମହାନ୍ତି ଓ ଅନ୍ୟ ବହୁ ବରିଷ୍ଠ କଂଗ୍ରେସ ନେତା ଓ କର୍ମୀମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ