ଗଜପତିରେ ସ୍ଥିତି ଅସମ୍ଭାଳ : ଆଜି ପୁଣି୨୦ଜଣ ପଜିଟିଭ୍‌, ସଂଖ୍ୟା ଛୁଇଁଲା ୬୧୧ରେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଦିନକୁ ଦିନ ସ୍ଥିତି ଅସମ୍ଭାଳ ହୋଇଛି । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ପୁଣି ୨୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ଜଣେ କରୋନା ଯୋଦ୍ଧା ଭୁବନେଶ୍ୱର ଠାରେ ମୃତ୍ୟୁବରଣ କରିଛନ୍ତି । ଏହି ୨୦ ଜଣକୁ ମିଶାଇ ସଂଖ୍ୟା ୬୧୧ରେ ପହଞ୍ଚିଛି । ଏହି ୨୦ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରାଞ୍ଚଳର ୧୩ଜଣ,ଗୁମ୍ମା ବ୍ଲକର ୨ଜଣ, ଗୋଷାଣୀ ବ୍ଲକର ଜଣେ ଏବଂ କାଶୀନଗର ବ୍ଲକର ୪ଜଣ ବୋଲି ସୁଚନା ମିଳିଛି । ଏମାନଙ୍କ ବୟସ ୨୦ରୁ ୭୨ ବର୍ଷ ମଧ୍ୟରେ ବୋଲି ଜଣାପଡିଛି । ଏମାନେ ସମସ୍ତଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଭୁବନେଶ୍ୱର ଠାରେ ମୃତ୍ୟୁ ବରଣ କରିଥିବା କରୋନା ଯୋଦ୍ଧା ଜଣେ ବରିଷ୍ଠ ସାମ୍ବାଦିକ ଭାବେ ଗଜପତି ଜିଲ୍ଲାରେ କାର୍ଯ୍ୟରତ ଥିଲେ । ଏ ନେଇ ଗଜପତି ଜିଲ୍ଲାପାଳ ଅନୁପମ ସାହା ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଏହି ସୁଚନା ପ୍ରଦାନ କରିଛନ୍ତି, ସଟ୍‌ଡାଉନ୍‌କୁ ସମଗ୍ର ଜିଲ୍ଲାବାସୀ ସଚେତନ ହୋଇ ସାମାଜିକ ଦୁରତା ସହ କୋଭିଡ୍ ନିୟମ ମାନନ୍ତୁ । ସୁରକ୍ଷାରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଘରେ ସୁରକ୍ଷିତ ରୁହନ୍ତୁ ଏବଂ କରୋନା ଜନିତ ଯେ କୌଣସି ଖବର ଥିଲେ ପ୍ରଶାସନକୁ ସୁଚନା ଦିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ