କଠିନ ବର୍ଜ୍ୟବସ୍ତୁ ପରିଚାଳନା ବିଷୟ ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ 

ଭୁବନେଶ୍ୱର, : ପ୍ରତି ୱାର୍ଡ଼ ଏବଂ ଘରୋଇ ବାସଗୃହ ସ୍ତରରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ବିଷୟରେ ସଚେତନତା ସୃଷ୍ଟି ସହ ନିୟମଗୁଡ଼ିକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି । ହରାଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ଅଗ୍ରଗତି ବିଷୟରେ ସମୀକ୍ଷା କରି ତ୍ରିପାଠୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ବର୍ଜ୍ୟବସ୍ତୁ ପରିାଚଳନାକୁ ଜୀବନର ଏକ ଅଭ୍ୟାସରେ ପରିଣତ କରିବା ପାଇଁ ଏ ବିଷୟରେ ଏକ ପାଠ୍ୟ ବିଷୟବସ୍ତୁ ବିଦ୍ୟାଳୟ ପାଠ୍ୟକ୍ରମରେ ସନ୍ନବେଶିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ରାସ୍ତା ନିର୍ମାଣ ଓ ସିମେଣ୍ଟ କରାଖାନାମାନଙ୍କରେ ଅଧିକରୁ ଅଧିକ ପ୍ଲାଷ୍ଟିକର ବ୍ୟବହାର କରିବା ପାଇଁ ମଧ୍ୟ ଶ୍ରୀ ତ୍ରିପାଠୀ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକସେବା ଭବନଠାରେ ଅନୁଷ୍ଠିତ ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି.ମାଥିଭାଥାନନ୍‌ ଓଡ଼ିଶାର ୧୧୪ଟି ସହରାଞ୍ଚଳର କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ବନ୍ଧିତ ପ୍ରଶାସନିକ, ବୈଷୟିକ ଓ ଆର୍ଥିକ ବିଷୟବସ୍ତୁ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ୧୧୪ଟି ସହରାଞ୍ଚଳରେ ୨୦୨୪ ୱାର୍ଡ଼ ରହିଛି ଏବଂ ଦୈନିକ ପ୍ରାୟ ହାରାହାରି ୨୫୭୫ ଟନ ବର୍ଜ୍ୟବସ୍ତୁ ବାହାରୁଛି । ଓଡ଼ିଶାରେ ଘରପିଛା ହାରାହାରି ୩୦୦ ଗ୍ରାମ୍‌ ବର୍ଜ୍ୟବସ୍ତୁ ବାହାରୁଛି ଓ ଏହା ଜାତୀୟ ହାରଠାରୁ କମ୍‌ ରହିଛି । ଏହାର ପରିଚାଳନା ପାଇଁ ମୁଖ୍ୟତଃ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସାମିଲ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ପ୍ରକାଶ ଥାଉକି, ରାଜ୍ୟର ସହରାଞ୍ଚଳରେ ୩୦ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସକି୍ରୟ ଅଛନ୍ତି । ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ ବୈଠକରେ ସୂଚନା ଦେଇଥିଲେ ଯେ, ବିଭିନ୍ନ ସହରାଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୧୨୦୦ ସ୍ୱଚ୍ଛ ସାଥିଙ୍କୁ ଏହି କାର୍ଯ୍ୟରେ ସାମିଲ କରାଯାଇଛି ଏବଂ ଏଥିପାଇଁ ସେମାନଙ୍କୁ ୨ଟି ପର୍ଯ୍ୟାୟରେ ଉତ୍ତମମାନରପ୍ରଶିକ୍ଷଣ ଦିଆଯାଇଛି । ଜଣେ ସ୍ୱଚ୍ଛ ସାଥୀ ପ୍ରାୟ ୬୦୦ ବାସଗୃହ ଦାୟିତ୍ୱରେ ରହିବେ ଏବଂ ୪ ଜଣ ସ୍ୱଚ୍ଛ ସାଥିଙ୍କ କାର୍ଯ୍ୟକୁ ଜଣେ ସୁପରଭାଇଜର ତଦାରଖ କରିବେ । ବ୍ୟାପକ ସଚେତନତା ପାଇଁ ସହରାଞ୍ଚଳର ପ୍ରତ୍ୟେକ ୱାର୍ଡ଼ରେ ହୋର୍ଡ଼ିଂ ଲାଗିବ । ସଚେତନତା କାର୍ଯ୍ୟକ୍ରମ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ସହ ଉଲ୍ଲଘଂନକାରୀମାନଙ୍କ ବିରୁଦ୍ଧରେ ଆଇନଗତ
କାର୍ଯ୍ୟାନୁଷ୍ଠାନ ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ଶାସନ ସଚିବ ଡ. ମୋନା ଶର୍ମା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ପ୍ରମୁଖ ନିକୁଞ୍ଜ ଧଳ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି.ମାଥିଭାଥାନନ୍‌ଙ୍କ ସମେତ ସମ୍ପୃକ୍ତ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ