କଣ୍ଟେନମେଣ୍ଟ ଉଠାଇବାକୁ ଦାବି, ଟିକାବାଲି ବ୍ଲକ୍ କାର୍ଯ୍ୟାଳୟ ଘେରିଲେ ଶତାଧିକ ଲୋକ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ବିଭିନ୍ନ ଜିଲ୍ଲାରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଦୀର୍ଘ ୨୫ ଦିନ ଧରି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସଦର ବ୍ଲକକୁ ପ୍ରଶାସନ କଣ୍ଟେନମେଣ୍ଟ କରି ରଖିଛି । ଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।କଣ୍ଟେନମେଣ୍ଟ ଜୋନ୍ ରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ଅବ୍ୟବସ୍ଥା ହେଉଥିବା ବେଳେ ଦରଦାମ୍ ମଧ୍ୟ ବୃଦ୍ଧି ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି କରିଛି । ଫଳରେ ତୁରନ୍ତ କଣ୍ଟେନମେଣ୍ଟ ଉଠାଇବାକୁ ଦାବି କରି ଶନିବାର ଶତାଧିକ ଲୋକେ ଟିକାବାଲି ବ୍ଲକ୍ କାର‌୍ୟ୍ୟାଳୟ ଘେରାଉ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ